ଖୋର୍ଦ୍ଧା ସାରୁଅ ଗ୍ରାମରେ ଓଟିଭିର ଉପଦ୍ରବ ଅଭିଯୋଗ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ; ସବ କଲେକ୍ଟର ଓ ତହସିଲଦାରଙ୍କ ଉପସ୍ଥିତିରେ ଅନୁଧ୍ୟାନ

ଓଟିଭି ବିରୁଦ୍ଧରେ ଅଭିଯୋଗ ଆଣିଥିବା ଲୋକଙ୍କ ସହ ଆଲୋଚନା । ଜିଲ୍ଲାପାଳଙ୍କ ପାଖରେ ଶନିବାର ଫେରାଦ ହୋଇଥିଲେ ଗ୍ରାମବାସୀ

169

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ଓଟିଭି ବିରୋଧରେ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିିଛି ଜିଲ୍ଳା ପ୍ରଶାସନ । ସବ୍-କଲେକ୍ଟର ଓ ତହସିଲଦାରଙ୍କ ଉପସ୍ଥିତିରେ ସରଜମିନ୍ ତଦନ୍ତ ଆରମ୍ଭ ହୋଇଛି । ଓଟିଭି ବିରୋଧରେ ଅଭିଯୋଗ ଆଣିଥିବା ଲୋକଙ୍କ ସହ ଆଲୋଚନା କରିଛି ଜିଲ୍ଲା ପ୍ରଶାସନ । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଜମି କିଣି ନେଇଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ଗ୍ରାମବାସୀ ।

ଓଟିଭି ପକ୍ଷରୁ ଘର ପାଚେରୀ, ପୋଖରୀ, ରାସ୍ତା ନିର୍ମାଣ କରାଯିବାରୁ ସ୍ଥାନୀୟ ଲୋକଙ୍କୁ ଅସୁବିଧା ହେଉଛି, ଲୋକେ ନିଜ ଚାଷ ଜମିକୁ ଯାଇପାରୁନାହାନ୍ତି । ଆଉ ଏନେଇ ପ୍ରତିବାଦ କଲେ କମ୍ପାନୀ ପକ୍ଷରୁ ଗୁଣ୍ଡା ଲଗାଇ ଧମକ ଚମକ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ତେବେ ସାରୁଅ ଗାଁରେ ଲୋକଙ୍କୁ ସୁରକ୍ଷା ଦେବା ସହ ଓଟିଭିର ବେଆଇନ୍ ନିର୍ମାଣ ବନ୍ଦ କରାଇବା ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଗତ ଶନିବାର ଦିନ, ଦାବୀପତ୍ର ଦିଆଯାଇଥିଲା । ତେବେ ଅଭିଯୋଗ ସଂପର୍କରେ ଓଟିଭି କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed.