କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ଓଟିଭି ବିରୋଧରେ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିିଛି ଜିଲ୍ଳା ପ୍ରଶାସନ । ସବ୍-କଲେକ୍ଟର ଓ ତହସିଲଦାରଙ୍କ ଉପସ୍ଥିତିରେ ସରଜମିନ୍ ତଦନ୍ତ ଆରମ୍ଭ ହୋଇଛି । ଓଟିଭି ବିରୋଧରେ ଅଭିଯୋଗ ଆଣିଥିବା ଲୋକଙ୍କ ସହ ଆଲୋଚନା କରିଛି ଜିଲ୍ଲା ପ୍ରଶାସନ । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଜମି କିଣି ନେଇଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ଗ୍ରାମବାସୀ ।
ଓଟିଭି ପକ୍ଷରୁ ଘର ପାଚେରୀ, ପୋଖରୀ, ରାସ୍ତା ନିର୍ମାଣ କରାଯିବାରୁ ସ୍ଥାନୀୟ ଲୋକଙ୍କୁ ଅସୁବିଧା ହେଉଛି, ଲୋକେ ନିଜ ଚାଷ ଜମିକୁ ଯାଇପାରୁନାହାନ୍ତି । ଆଉ ଏନେଇ ପ୍ରତିବାଦ କଲେ କମ୍ପାନୀ ପକ୍ଷରୁ ଗୁଣ୍ଡା ଲଗାଇ ଧମକ ଚମକ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ତେବେ ସାରୁଅ ଗାଁରେ ଲୋକଙ୍କୁ ସୁରକ୍ଷା ଦେବା ସହ ଓଟିଭିର ବେଆଇନ୍ ନିର୍ମାଣ ବନ୍ଦ କରାଇବା ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଗତ ଶନିବାର ଦିନ, ଦାବୀପତ୍ର ଦିଆଯାଇଥିଲା । ତେବେ ଅଭିଯୋଗ ସଂପର୍କରେ ଓଟିଭି କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/8-24.jpg)
/kanak/media/post_attachments/wp-content/uploads/2020/09/vlcsnap-2020-09-28-11h21m15s15.png)