ଖୋର୍ଦ୍ଧା ସାରୁଅ ଗ୍ରାମରେ ଓଟିଭିର ଉପଦ୍ରବ ଅଭିଯୋଗ ପ୍ରସଙ୍ଗ : ତହସିଲଦାରଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ କରୁଛି ମାପଚୁପ , କିଛି ସ୍ଥାନରେ ନାଲିପତାକା ପୋତିଛି ପ୍ରଶାସନ

311

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅ ଗ୍ରାମରେ ଓଟିଭିର ଉପଦ୍ରବ ଅଭିଯୋଗ ପ୍ରସଙ୍ଗ । ତହସିଲଦାରଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ କରୁଛି ମାପଚୁପ କରୁଛି । କିଛି ସ୍ଥାନରେ ନାଲି ପତାକା ପୋତିଛି ପ୍ରଶାସନ । ଜିଲ୍ଲାପାଳଙ୍କ ପାଖରେ ଶନିବାର ଫେରାଦ ହୋଇଥିଲେ ସାରୁଅ ଅଞ୍ଚଳବାସୀ । ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଜମି କିଣିନେଇଥିବା ଅଭିଯୋଗ ହୋଇଥିଲା ।

ଓଟିଭି ପକ୍ଷରୁ ଘର ପାଚେରୀ, ପୋଖରୀ, ରାସ୍ତା ନିର୍ମାଣ କରାଯିବାରୁ ସ୍ଥାନୀୟ ଲୋକଙ୍କୁ ଅସୁବିଧା ହେଉଛି, ଲୋକେ ନିଜ ଚାଷ ଜମିକୁ ଯାଇପାରୁନାହାନ୍ତି । ଆଉ ଏନେଇ ପ୍ରତିବାଦ କଲେ କମ୍ପାନୀ ପକ୍ଷରୁ ଗୁଣ୍ଡା ଲଗାଇ ଧମକ ଚମକ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ତେବେ ସାରୁଅ ଗାଁରେ ଲୋକଙ୍କୁ ସୁରକ୍ଷା ଦେବା ସହ ଓଟିଭିର ବେଆଇନ୍ ନିର୍ମାଣ ବନ୍ଦ କରାଇବା ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଗତ ଶନିବାର ଦିନ, ଦାବୀପତ୍ର ଦିଆଯାଇଥିଲା । ତେବେ ଅଭିଯୋଗ ସଂପର୍କରେ ଓଟିଭି କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।