ସୋସିଆଲ ମିଡିଆ ପାଇଁ ଆସିବ ଗାଇଡଲାଇନ । ୨୪ ଘଣ୍ଟା ମଧ୍ୟରେ ହଟିବ ଆପତ୍ତିଜନକ ପୋଷ୍ଟ । ଗାଇଡଲାଇନ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କରଙ୍କ ସୂଚନା ।

136

କନକ ବ୍ୟୁରୋ : ସୋସିଆଲ ମିଡିଆ ପାଇଁ ଆସିବ ଗାଇଡଲାଇନ । ଓଟିଟି, ନ୍ୟୁଜ ପୋର୍ଟାଲ, ସୋସିଆଲ ନେଟୱାର୍କ ପାଇଁ ନୂଆ ନିୟମ । ନୂଆ ଗାଇଡଲାଇନ ଆଣିବେ କେନ୍ଦ୍ର ସରକାର । ୨୪ ଘଣ୍ଟା ମଧ୍ୟରେ ହଟିବ ଆପତ୍ତିଜନକ ପୋଷ୍ଟ । ସବୁ ମାସରେ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ପଡିବ । ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ପଡିବ । ଆଗାମୀ ୩ ମାସ ମଧ୍ୟରେ ଲାଗୁ ହେବ ଏହି ନୂଆ ନିୟମ ।

ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ । ସୋସିଆଲ ମିଡିଆ ଅପବ୍ୟବହାର ଗ୍ରହଣ ଯୋଗ୍ୟ ନୁହେଁ । ଆତଙ୍କବାଦୀ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ମିଥ୍ୟା ଖବର ପ୍ରସାରଣ ହେଉଛି । ସୋସିଆଲ ମିଡିଆକୁ ହିଂସା, ଭାଷା, ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ।

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସୂଚନା । ଓଟିଟି ପ୍ଲାଟଫର୍ମ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା । ଡିଜିଟାଲ ପ୍ଲାଟଫର୍ମର ନିୟମ ପାଳନ କରିବାକୁ ହେବ । ଓଟିଟି ପ୍ଲାଟଫର୍ମର ଲୋକଙ୍କ ସହ କଥାବାର୍ତ୍ତା ହୋଇଛୁ । ସେଲଫ ରେଗୁଲେସନ ସପକ୍ଷରେ ଅଛନ୍ତି ସମସ୍ତେ । ଦର୍ଶକଙ୍କ ବୟସ ଅନୁସାରେ ବର୍ଗୀକରଣ କରାଯିବ ।