କନକ ବ୍ୟୁରୋ : ସୋସିଆଲ ମିଡିଆ ପାଇଁ ଆସିବ ଗାଇଡଲାଇନ । ଓଟିଟି, ନ୍ୟୁଜ ପୋର୍ଟାଲ, ସୋସିଆଲ ନେଟୱାର୍କ ପାଇଁ ନୂଆ ନିୟମ । ନୂଆ ଗାଇଡଲାଇନ ଆଣିବେ କେନ୍ଦ୍ର ସରକାର । ୨୪ ଘଣ୍ଟା ମଧ୍ୟରେ ହଟିବ ଆପତ୍ତିଜନକ ପୋଷ୍ଟ । ସବୁ ମାସରେ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ପଡିବ । ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ପଡିବ । ଆଗାମୀ ୩ ମାସ ମଧ୍ୟରେ ଲାଗୁ ହେବ ଏହି ନୂଆ ନିୟମ ।
ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ । ସୋସିଆଲ ମିଡିଆ ଅପବ୍ୟବହାର ଗ୍ରହଣ ଯୋଗ୍ୟ ନୁହେଁ । ଆତଙ୍କବାଦୀ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ମିଥ୍ୟା ଖବର ପ୍ରସାରଣ ହେଉଛି । ସୋସିଆଲ ମିଡିଆକୁ ହିଂସା, ଭାଷା, ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ।
କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସୂଚନା । ଓଟିଟି ପ୍ଲାଟଫର୍ମ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା । ଡିଜିଟାଲ ପ୍ଲାଟଫର୍ମର ନିୟମ ପାଳନ କରିବାକୁ ହେବ । ଓଟିଟି ପ୍ଲାଟଫର୍ମର ଲୋକଙ୍କ ସହ କଥାବାର୍ତ୍ତା ହୋଇଛୁ । ସେଲଫ ରେଗୁଲେସନ ସପକ୍ଷରେ ଅଛନ୍ତି ସମସ୍ତେ । ଦର୍ଶକଙ୍କ ବୟସ ଅନୁସାରେ ବର୍ଗୀକରଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/02/social-media_md-1.jpg)