କନକ ବ୍ୟୁରୋ : ଓଟିପି ସେୟାରିଂ ମାମଲାରେ ଏଟିଏସର ପଚରାଉଚରା । ଅଭିଯୁକ୍ତ ଅଭିଜିତର ପ୍ରତିକ୍ରିୟା । କହିଲେ ମୋତେ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ, କୋର୍ଟରେ ସବୁ ପ୍ରମାଣିତ ହେବ । ଡାନିଶ କିଏ ମୁଁ ଜାଣିନି ।

Advertisment

ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି । ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସଂପର୍କ ସନ୍ଦେହରେ ଗୁଡେଇ ତୁଡେଇ ପଚରା ଉଚରା କରାଯାଉଛି । ଭୁବନେଶ୍ୱରରେ ପହଞ୍ଚିଛି ଏନଆଇଏ ଟିମ୍ । ଅଭିଯୁକ୍ତ ଅଭିଜିତକୁ ଜେରା କରୁଛନ୍ତି ଏନଆଇଏକ ଟିମ୍ ।

ସେହିପରି ଆଇବି ଭୁବନେଶ୍ୱରକୁ ଆସି ଅଭିଯୁକ୍ତକୁ କରିବ ଜେରା । କରାଚୀରୁ ଅଭିଜିତଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା । ଆଉ ଭାରତର ବିଭିନ୍ନ ସ୍ଥାନରେ ଥିବା ପାକ ଏଜେଣ୍ଟଙ୍କ ପାଖକୁ ଅଭିଯୁକ୍ତ ଟଙ୍କା ପଠାଉଥିଲା ।