ଆପଣଙ୍କ ମନ ଇଚ୍ଛାରେ ବଦଳିଯିବ ଟ୍ରେନର ଡବା ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ଏପରି ଟ୍ରେନ…

ପ୍ରତ୍ୟେକ ଦିନ ରେଳରେ ହିଁ ଅଧିକରୁ ଅଧିକ ଲୋକ ଯାତ୍ରା କରନ୍ତି

111

କନକ ବ୍ୟୁରୋ : ସାରା ଭାରତରେ ଆମେ ଯଦି ନଜର ପକାଇବା ତେବେ ଜାଣିପାରିବା ଯେ, ପ୍ରତ୍ୟେକ ଦିନ ରେଳରେ ହିଁ ଅଧିକରୁ ଅଧିକ ଲୋକ ଯାତ୍ରା କରନ୍ତି । ତେବେ ରେଳ ବିଭାଗରେ କୌଣସି ନିୟମ ଆସିଲେ ପରିବର୍ତନ ଆସିଲେ ଲୋକମାନେ ତାହାକୁ ଜୁରୀର ସୂଚନା ବୋଲି ମଧ୍ୟ ଭାବନ୍ତି । ତେବେ ଆପଣ କେବେ ଏପରି ରେଳ କଥା ଭାବିଛନ୍ତି କି ଯେଉଁ ଟ୍ରେନ ଆପଣଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିବ । ଏପରିକି ଘରଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏହି ଟ୍ରେନରେ ମିଳିପାରିବ । ମିଳିଥିବା ସୂଚନା ଅନୁସାରେ, ନେଦରଲ୍ୟାଣ୍ଡରେ ଏପରି ଏକ ଟ୍ରେନର ପରିକଳ୍ପନା କରାଯାଉଛି ଯେଉଁଥିରେ କି ଆପଣଙ୍କର ଇଚ୍ଛା ଥିବା ସମସ୍ତ ପ୍ରକାର ସୁବିଧା ମିଳିପାରିବ । ଏହି ଟ୍ରେନନକୁ ନିର୍ମାଣ କରିବା ପାଇଁ ବିଶ୍ୱର ଜଣେ ପ୍ରତିଷ୍ଠିତ ଇଜିଂନିୟରଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

 

ଯେଉଁ ବ୍ୟକ୍ତି ଜଣକ ତାଲିବାନଠାରେ ଥିବା ସବୁଠାରୁ ବଡ ପ୍ରଦର୍ଶନ କେନ୍ଦ୍ର ନିର୍ମାଣ କରିଥିଲେ । ଯାତ୍ରୀମାନଙ୍କ ଇଚ୍ଛା ଅନୁସାରେ ଏହି ରେଳକୁ ନିର୍ମାଣ କରାଯାଉଥିବା ସୂଚନା ମିଳିଛି । ତେବେ ଏହା ୨୦୨୫ ମସିହା ବେଳକୁ ଲୋକମାନଙ୍କ ପାଇଁ ବ୍ୟବହାର ଉପେଯାଗୀ ହେବ ବୋଲି ସୂଚନା ମିଳିଛି । ଏହି ଟ୍ରେନ ଏପରି ଭାବରେ ନିର୍ମାଣ କରାଯାଉଛି ଯେଉଁଥିଲେ ଲୋକମାନେ ନିଜ ମନ ଇଚ୍ଛା ସମସ୍ତ କାମ କରିପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଲୋକମାନେ ଯାହା ଚାହୁଁଛନ୍ତି ସେମାନଙ୍କୁ ଏଠାରେ ସମସ୍ତ ପ୍ରକାର ସୁବିଧା ମିଳିବ । ଏହି ଟ୍ରେନରେ ଯେଉଁମାନେ ଯାତ୍ରା କରିବେ ସେମାନେ ସାମାଜିକ ସ୍ତରରେ ଚଳାଚଳ କରୁଥିବା ଲୋକମାନଙ୍କ ସହ ମିଶି ଭରପୁର ମଜା ଉଠାଇପାରିବେ । ଟ୍ରେନ ଚଳାଚଳର ମୁଖ୍ୟ ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ଯାତ୍ରା କାଳରେ ଭରପୁର ଖୁସି ଦେବା ।

 

ଏହି ରେଳ କମ୍ପାନୀର କାର୍ଯ୍ୟକାରୀ ସଦସ୍ୟ ଟଜାଲିଙ୍ଗ ସ୍ମିଥ କହିଛନ୍ତି ଯେ, ଅନେକ ଦିନ ହେଲା ଏପରି ଟ୍ରେନର ପରିକଳ୍ପନା କରାଯାଇଥିଲା ହେଲେ ଏହାକୁ କେବେ ନିର୍ମାଣ କରାଯିବ ଓ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ ତାହାର ଆକଳନ ହୋଇନଥିଲା । ତେଣୁ ଏ ଟ୍ରେନ କେବେ ଚଳାଚଳ କରିବ ତାହାର କୌଣସି ଆକଳନ କରାଯାଇ ନଥିଲା । ହେଲେ ଏବେ ଏହି ରେଳକୁ ନିର୍ମାଣ କାର୍ଯ ଆରମ୍ଭ ହୋଇଗଲାଣି । ଏବଂ ତାହାର ଏକ ନିର୍ଦ୍ଧିଷ୍ଟ ସୀମା ମଧ୍ୟ ରହିଛି । ତେଣୁ ଏହି ଟ୍ରେନ ଆରମ୍ଭ କେବେ ହେବ ସେନେଇ ଅନେକ ଯାତ୍ରୀ ଅପେକ୍ଷା କରିରହିଥିବା ମଧ୍ୟ ଜଣାପଡିଛି । କେବଳ ଏତିକି ନୁହେଁ ଏହି ଟ୍ରେନ ଚଳାଚଳ ଆରମ୍ଭ ହେଲେ ଅନେକ ଯାତ୍ରା ଆନନ୍ଦ ହେବେ ବୋଲି ସେ କହିଛନ୍ତି ।