କଟକଣା ଭିତରେ ନିଆରା ଢଙ୍ଗରେ ରଜ ମନେଇବ ଓଟିଡିସି: ଲୋକଙ୍କ ପାଖରେ ଘରେ ପହଞ୍ଚାଇବ ସୁସ୍ୱାଦୁ ପିଠା; ସୁଲଭ ଦରରେ ଗୁଣାତ୍ମକମାନର ସ୍ୱାଦିଷ୍ଟ ପିଠାର ହୋମ ଡେଲିଭରୀ ପାଇଁ ଫୋନ ନମ୍ବର ଜାରି

Advertisment
କଟକଣା ଭିତରେ ନିଆରା ଢଙ୍ଗରେ ରଜ ମନେଇବ ଓଟିଡିସି: ଲୋକଙ୍କ ପାଖରେ ଘରେ ପହଞ୍ଚାଇବ ସୁସ୍ୱାଦୁ ପିଠା; ସୁଲଭ ଦରରେ ଗୁଣାତ୍ମକମାନର  ସ୍ୱାଦିଷ୍ଟ ପିଠାର ହୋମ ଡେଲିଭରୀ ପାଇଁ ଫୋନ ନମ୍ବର ଜାରି

କନକ ବ୍ୟୁରୋ: କରୋନା କଟକଣା ଭିତରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଟିଡିସି ଏଥର ନିଆରା ଢଙ୍ଗରେ ରଜ ମହୋତ୍ସବ ଲୋକଙ୍କ ସହ ପାଳିବାକୁ ନିଷ୍ପତି ନେଇଛି । ରଜ ପର୍ବ ଅବସରରେ ଓଟିଡିସିର ପାନ୍ଥ ନିବାସ ଗୁଡିକରେ ପ୍ରସ୍ତୁତ ସୁସ୍ୱାଦୁ ପିଠା ଲୋକଙ୍କ ପାଖରେ ପହଂଚାଇବାକୁ ନିଷ୍ପତି ନିଆଯାଇଛି । ସାଧାରଣ ଲୋକଙ୍କ ନିକଟରେ ସୁଲଭ ଦରରେ ଗୁଣାତ୍ମକ ମାନର  ସ୍ୱାଦିଷ୍ଟ ପିଠା ପହଂଚାଇବାକୁ ପିଠା ଅନ ହ୍ୱିଲ ଓ ହୋମ ଡେଲିଭରୀ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି । ଭୁବନେଶ୍ୱର ପାନ୍ଥନିବାସ ଠାରୁ ୩ରୁ୫ କିଲୋମିଟର ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ହୋମ ଡେଲିଭରିରେ ପହଂଚିବ ପିଠା ।

publive-image

ଦୁଇଦିନର ସଟ ଡାଉନ ମଧ୍ୟରେ ଯେଉଁମାନେ ଚାହିଁବେ , ଓଟିଡିସିର ଫୋନ ନମ୍ବର-୯୦୭୮୮୮୫୫୧୬, ୯୪୩୮୨୪୩୫୭୯ ଏବଂ ୯୪୩୭୧୧୫୪୩୭କୁ ଫୋନ କରି ଇଚ୍ଛା ମୁତାବକ ପିଠା ମଗାଇ ପାରିବେ । ସେହିପରି ୧୫ରୁ ୧୭ ତାରିଖ ମଧ୍ୟରେ ପିଠା ଅନ ହ୍ୱିଲ କାର୍ଯ୍ୟକ୍ରମ ମାଧ୍ୟମରେ ରାଜଧାନୀର ୬ଟି  ସ୍ଥାନ, ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଠକ, ସିଆରପି ଛକ, ପୋଖରୀପୁଟ ଛକ, ନିଳାଦ୍ରୀ ବିହାର ଛକ ନିକଟରେ ପିଠା ଉପଲବ୍ଧ କରିବାର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲାର ପାନ୍ଥ ନିବାସଗୁଡିକରେ ରଜ ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର କାଁଉଟର ଖୋଲା ରହିବ । ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ରକ୍ଷା କରି ଏହିସବୁ କାଉଁଟରରୁ ଗ୍ରାହକମାନେ ପିଠା କିଣିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe