OSSSCରେ ନିଯୁକ୍ତି: ଗ୍ରୁପ-‘ସି’ରେ ୨, ୮୪୧ ପଦବୀ ପାଇଁ ଚାକିରି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ?

2,872

କନକ ବ୍ୟୁରୋ: ଚାକିରି ଆଶାୟୀଙ୍କ ପାଇଁ ବଡ ଖବର । ଓଏସଏସଏସସି ଅଧିନରେ ନିଯୁକ୍ତି ପ୍ରକାଶ ପାଇଛି । ଗ୍ରୁପ-ସି ପଦବୀ ପାଇଁ ଆଶାୟୀମାନେ ଆବେଦନ କରିପାରିବେ । ଷ୍ଟାଟିଷ୍ଟିକାଲ ଫିଲ୍ଡ ସରଭେୟର, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର, ଅମିନ, ଫରେଷ୍ଟ ଗାର୍ଡ ଓ ଏକ୍ସସାଇଜ କନେଷ୍ଟବଳ ପାଇଁ ୨, ୮୪୧ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀମାନେ ଚାହିଁଲେ ଏନେଇ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ସବୁ ପଦବୀ ପାଇଁ କେମିତି ଆବେଦନ କରିବେ ।

ଆବେଦନ ଆରମ୍ଭ – ୧.୧୦.୨୦୨୧

ଆବେଦନ ଶେଷ ତାରିଖ- ୨୧.୧୦.୨୦୨୧

ଷ୍ଟାଟିଷ୍ଟିକାଲ ଫିଲ୍ଡ ସରଭେୟର

  • ପଦବୀ ସଂଖ୍ୟା-୫୨୯
  • ପେ ସ୍କେଲ- ୧୮,୦୦୦
  • ଶିକ୍ଷାଗତ ଯୋଗ୍ୟତା- ଦଶମ ପାସ, ଯୁକ୍ତ-୨ ପାସ (ଚିଏଚଏସଇ, ସିବିଏସଇ, ଆଇସିଏସଇ)
  • ବୟସ ସୀମା- ୨୧ରୁ ୩୨ 

ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର

  • ପଦବୀ ସଂଖ୍ୟା-୫୭୬
  • ପେ ସ୍କେଲ- ୧୯, ୦୦୦
  • ଶିକ୍ଷାଗତ ଯୋଗ୍ୟତା- ଦଶମ ପାସ, ଯୁକ୍ତ-୨ ପାସ କିମ୍ବା ଡିପ୍ଲୋମା ଇଞ୍ଜିନିୟରିଂ, ଭୋକେସନାଲ ଟ୍ରେନିଂ 
  • ବୟସ ସୀମା- ୨୧ରୁ ୩୨ 

ଅମିନ

  • ପଦବୀ ସଂଖ୍ୟା-୫୩୮
  • ପେ ସ୍କେଲ- ୧୮, ୦୦୦
  • ଶିକ୍ଷାଗତ ଯୋଗ୍ୟତା- ଦଶମ ପାସ, ଯୁକ୍ତ-୨ ପାସ କିମ୍ବା ଡିପ୍ଲୋମା ଇଞ୍ଜିନିୟରିଂ, ଭୋକେସନାଲ ଟ୍ରେନିଂ 
  • ବୟସ ସୀମା- ୨୧ରୁ ୩୨ 

ଫରେଷ୍ଟ ଗାର୍ଡ

  • ପଦବୀ ସଂଖ୍ୟା-୫୦୬
  • ପେ ସ୍କେଲ- ୧୯, ୦୦୦
  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବୋର୍ଡରୁ ଦଶମ ପାସ କରିଥିବା ଆବଶ୍ୟକ 
  • ବୟସ ସୀମା- ୧୮ରୁ ୩୨ 

ଏକ୍ସସାଇଜ କନେଷ୍ଟବଳ

  • ପଦବୀ ସଂଖ୍ୟା-୩୯୨
  • ପେ ସ୍କେଲ- ୧୯, ୦୦୦
  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବୋର୍ଡରୁ ଦଶମ ପାସ କରିଥିବା ଆବଶ୍ୟକ 
  • ବୟସ ସୀମା- ୨୧ରୁ ୩୨ 

କେମିତି କରିବେ ଆବେଦନ?

  • ଆବେଦନ କରିବା ପାଇଁ ପ୍ରଥମେ ଓଏସଏସଏସସିର ଅଫିସିଆଲ ୱେବସାଇଟ www.osssc.gov.in କୁ ଯିବାକୁ ହେବ । 
  • ଯଦି ଆପଣ କେବେ ଏହି ସାଇଟରେ ରେଜିଷ୍ଟ୍ରେସନ କରିନାହାନ୍ତି, ତେବେ ସେଠାରେ ଥିବା ରେଜିଷ୍ଟ୍ରେସନ ବଟନ ଉପରେ କ୍ଲିକ କରିବେ । 
  • ଆଉ ଯଦି ଆପଣ ପୂର୍ବରୁ ରେଜିଷ୍ଟ୍ରେସନ କରିସାରିଛନ୍ତି ତେବେ ୟୁଜର ଆଇଡି ଓ ପାସୱାର୍ଡ ଦେଇ ରି-ରେଜିଷ୍ଟ୍ରେସନ କରିପାରିବେ । 
  • ରେଜିଷ୍ଟ୍ରେସନ ପରେ ଆପଣ ନିଜ ଡକ୍ୟୁମେଣ୍ଟ ଦେଖି ସମସ୍ତ ତଥ୍ୟ ନିର୍ଭୁଲ ଭାବେ ପୂରଣ କରନ୍ତୁ । 
  • ଏହାପରେ ଆପଣଙ୍କ ଦସ୍ତଖତର ଫଟୋ ଓ ପାସପୋର୍ଟ ସାଇଜ ଫଟୋର ସ୍କାନ କପିକୁ ଅପଲୋର୍ଡ କରନ୍ତୁ । 
  • ଅଧିକ ଜାଣିବା ପାଇଁ ଏହି  https://img.freejobalert.com/uploads/2021/10/Notification-OSSSC-Various-Group-C-Vacancy-Posts.pdf  ଲିଙ୍କରେ କ୍ଲିକ କରନ୍ତୁ