ସାମନାକୁ ଆସିଲା କୋଟିପତି ପିଏସ୍ ବିରଞ୍ଚିିଙ୍କ କାରନାମା । ଚାକିରି ପାଇଁ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ଠାରୁ ଲୁଟୁଥିଲା କି ମୋଟା ଅଙ୍କର ଟଙ୍କା ?

363

କନକ ବ୍ୟୁରୋ: ପିଏସଙ୍କ ପାଖକୁ କେଉଁଠୁ ଆସିଲା ପୁଳାପୁଳା ଟଙ୍କା? ସରକାରୀ ଚାକିରିଆରୁ କେମିତି କୁବେର ସାଜିଲେ ବିରଞ୍ଚି? ଜଣେ ସାଧାରଣ ସରକାରୀ ଚାକିରିଆଙ୍କ ପାଖରୁ କୋଟି କୋଟି ଟଙ୍କାର ସମ୍ପତ୍ତିି ଠାବ ହେବା ପରେ ସମସ୍ତଙ୍କ ମନରେ ଏବେ ଏଭଳି ପ୍ରଶ୍ନ ଉଙ୍କିମାରୁଛି । କେବଳ ସେତିକି ନୁହେଁ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କରୁଥିବା ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ । ହେଲେ ଓଏସଏସସି ଅଧ୍ୟକ୍ଷ ନିର୍ମଳ ମିଶ୍ର କହିଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ ରହିଛି ପୂର୍ଣ୍ଣ ସ୍ୱଚ୍ଛତା ।

ତେବେ ଓଏସଏସସି ଅଧ୍ୟକ୍ଷ ନିର୍ମଳ ମିଶ୍ରଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ, ପିଏସଙ୍କ ଘରୁ ପିଲାଙ୍କ ଆଡମିଟ କାର୍ଡ କେମିତି ମିଳିଲା? ସେତେବେଳେ ଚିରାଚରିତ ଢ଼ଙ୍ଗରେ ସେ କହିଛନ୍ତି ତଦନ୍ତ ପରେ ଏହାର ସତ୍ୟାସତ୍ୟ ଜଣାପଡିବ । ପରୀକ୍ଷା ଦୁର୍ନୀତିରେ କୌଣସି ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ନଥିବା ମଧ୍ୟ ସେ ସଫେଇ ଦେଇଛନ୍ତି । ଓଏସଏସସି ଅଧ୍ୟକ୍ଷ ଏହି ସଫେଇ କିନ୍ତୁ ଆହୁରି ସନ୍ଦେହ ବଢ଼ାଇ ଦେଇଛି

– ଯଦି ନିଯୁକ୍ତି ପ୍ରକିୟାରେ ସ୍ୱଚ୍ଛତା ଥିଲା, ପିଲାଙ୍କ ଆଡମିଡ ବିରଞ୍ଚିଙ୍କ ଘରକୁ ଆସିଲା କେମିତି?
– ଯଦି ନିଯୁକ୍ତିରେ ଦୁର୍ନୀତି ହୋଇଛି, ତେବେ ଜଣେ ସାଧାରଣ କର୍ମଚାରୀଙ୍କ ଦ୍ୱାରା ଏହା ସମ୍ଭବ କି?
– କେଉଁ କେଉଁ ଅଧିକାରୀଙ୍କ ସହ ସଂପୃକ୍ତ ଥିଲେ ପିଏସ୍ ବିରଞ୍ଚି ସାହୁ?

ଅନ୍ୟପଟେ ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ବିରଞ୍ଚିି ସାହୁଙ୍କ ଘରୁ ଜବତ ହୋଇଥିବା ସମ୍ପତ୍ତିିର ଯାଞ୍ଚ ଚାଲିଛି ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଆଉ ଏହାରି ଭିତରେ ଓଏସଏସ୍ସି ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ସମ୍ପତ୍ତିିର ଚେର କେଉଁ ଯାଏଁ ଲମ୍ବିଛି, ସେ ନେଇ ଖୋଳ ଜାରି ରଖିଛି ଭିଜିଲାନ୍ସ ।