କନକ ବ୍ୟୁରୋ : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ସେବା ଆଜିଠାରୁ ଆରମ୍ଭ ହେବ । କୋଭିଡ ସଂକ୍ରମଣ କମ୍ ଥିବା ଜିଲ୍ଲାର(କାଟାଗୋରି-ଏ) ୪୩ଟି ରୁଟ୍ରେ ବସ୍ ଚାଲିବ। ବସ୍ ଚଳାଚଳ ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ସିଟ୍ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ନିଆଯିବ ନାହିଁ । ସବୁ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହା ସହ ସାନିଟାଇଜର୍ ବ୍ୟବସ୍ଥା ଓ ସାମାଜିକ ଦୂରତା ରକ୍ଷା କରାଯିବ ବୋଲି ଓଏସ୍ଆର୍ଟିସି ପକ୍ଷରୁ ସୂଚନା ଦିଆଯାଇଛି ।
କାଟାଗୋରୀ-ଏରେ ଥିବା ଜିଲ୍ଲା : ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା । ଯାତ୍ରୀବାହୀ ବସ୍ କେବଳ ଏହି ଜିଲ୍ଲାଗୁଡ଼ିକରେ ଚାଲିପାରିବ । ବସ୍ରେ ସିଟ୍ ଅନୁସାରେ ଲୋକ ଯାତ୍ରା କରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/jpr-osrtc-1-750x430.jpg)