କନକ ବ୍ୟୁରୋ : ରାଜ୍ୟର ଏକମାତ୍ର ବସ ପ୍ରସ୍ତୁତ କରୁଥିବା ସରକାରୀ ସଂସ୍ଥାର ମୁଖ୍ୟ କାର୍ୟ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ବ୍ରହ୍ମପୁରଠାରେ ରାଜ୍ୟର ପ୍ରଥମ ସରକାରୀ ବସ ଡିପୋ ରହିଛି। ୫୦ଦଶକରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ୯୦ ଦଶକ ପରେ ଧିରେ ଧିରେ ତାର ସ୍ଥିତାବସ୍ଥାକୁ ହରାଇବା ଆରମ୍ଭ କରିଥିଲା। ପୂର୍ବ ସରକାରଙ୍କ ସମ୍ପୂର୍ଣ୍ଣ ଅଣଦେଖା ଲାଗି ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଏହି ସଂସ୍ଥା ପଡ଼ିରହିଥିବା ଅଭିଯୋଗ ହୋଇଛି। ଠିକା କର୍ମଚାରୀଙ୍କ ହାତରେ ଏବେ ସଂସ୍ଥାର ଭାଗ୍ୟ। ଏ ସଂସ୍ଥାର ଜାଗାକୁ ମଧ୍ୟ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି। ଖୋର୍ଦ୍ଧା, ପୁରୀ, କଟକ, କଳାହାଣ୍ଡି, ଗଜପତି ଭଳି ଜିଲ୍ଲାକୁ ମରାମତି ପାଇଁ ଏଠାକୁ ବସ୍ ଆସିଥାଏ। ହେଲେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଏହି ସରକାରୀ ବସ୍ ଡିପୋ।
ଜରାଜୀର୍ଣ୍ଣ ଅବସ୍ଥାରେ ରାଜ୍ୟର ଏକମାତ୍ର ବସ୍ ପ୍ରସ୍ତୁତକାରୀ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ । ଠିକା କର୍ମଚାରୀଙ୍କ ହାତରେ ସଂସ୍ଥାର ଭାଗ୍ୟ
/kanak/media/post_attachments/wp-content/uploads/2024/08/6-9.jpg)