ଡେଙ୍ଗୁ , ମ୍ୟାଲେରିଆ ରୋକିବା ପାଇଁ ସରକାରଙ୍କ ନୂଆ ଯୋଜନା ! ଘର କିମ୍ବା ଅଫିସ ଆଖପାଖ ଅପରିଷ୍କାର ହେଲେ ଦେବାକୁ ପଡିବ ୫ଶହ ଟଙ୍କା ଜୋରିମାନା ।

Advertisment
ଡେଙ୍ଗୁ , ମ୍ୟାଲେରିଆ ରୋକିବା ପାଇଁ ସରକାରଙ୍କ ନୂଆ ଯୋଜନା ! ଘର କିମ୍ବା ଅଫିସ ଆଖପାଖ ଅପରିଷ୍କାର ହେଲେ ଦେବାକୁ ପଡିବ ୫ଶହ ଟଙ୍କା ଜୋରିମାନା ।

image courtesy - www.homeremedyhacks.com

ଡେଙ୍ଗୁ, ସ୍ୱାଇନ ଫ୍ଲୁ  ଏବଂ ମ୍ୟାଲେରିଆ ଭଳି ଭୟଙ୍କର ରୋଗରେ ପ୍ରତିବର୍ଷ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ସରକାର ଏହି ରୋଗ ଗୁଡିକୁ ଅଧିସୁଚିତ ରୋଗ ଘୋଷଣା କରି ଏହାକୁ ରୋକିବା ପାଇଁ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି କୌଣସି ବ୍ୟକ୍ତି ବିଶେଷଙ୍କ ଘରେ କିମ୍ବା ଅଫିସର ଆଖ-ପାଖରେ ପାଣି ଜମା ହୋଇ ରହିଛି ତେବେ ସେହି ସ୍ଥାନ ନିକଟରେ ରହୁଥିବା ଲୋକମାନଙ୍କୁ ଦାଇ କରାଯାଇ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ । କାରଣ ଘର ପାଖରେ ପାଣି ଜମା ହୋଇ ରହିବା ଦ୍ୱାରା ସେଥିରେ ମଶା ଅଣ୍ଡା ଦେଇ ତାଙ୍କର ବଂଶ ବିସ୍ତାର କରିଥାନ୍ତି । ତେଣୁ ସରକାର ଏହାକୁ ନଜରରେ ରଖି ଏପରି ଏକ ଯୋଜନା ଆରମ୍ଭ କରିଛନ୍ତି , ଯାହା ଭବିଷ୍ୟତରେ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବ ।

publive-image

ରାଜସ୍ଥାନରେ ପ୍ରତିବର୍ଷ ଡେଙ୍ଗୁ, ମ୍ୟାଲେରିଆ ଏବଂ ସ୍ୱାଇନ ଫ୍ଲୁରେ ପିଡିତ ହୋଇ ପ୍ରାଣ ହରାଉଥିବା ଭଳି ଶହ ଶହ ମାମଲା ସାମ୍ନାକୁ ଆସିଥାଏ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ୱାଇନ ଫ୍ଲୁରେ ପ୍ରାୟ ୧୩୦୦ ଲୋକ ପୀଡିତ ଥିବା ବେଳେ ୧୩୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏହା ବ୍ୟତିତ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିବା ଏକ ସର୍ଭେରେ ଜଣାପଡିଛି , ପ୍ରାୟ ୫୦ ହଜାରରୁ ଅଧିକ ତିଆରି ଘର ଏପରି ରହିଛି ଯେଉଁଠାରେ ପାଣି ଜମି ରହିବା କାରଣରୁ ମଶା ମାନେ ଖୁବ ସହଜରେ ତାଙ୍କର ବଂଶ ବିସ୍ତାର କରୁଛନ୍ତି । ତେଣୁ ଏଥିରେ ରୋକ ଲଗାଇବା ପାଇଁ ୫ ଶହ ଟଙ୍କା ଜୋରିମାନାର ବ୍ୟବସ୍ଥା ସରକାର କରିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଘର ଏବଂ ଅଫିସର ଆଖ ପାଖରେ ପାଣି ଜମା ହୁଏ କିମ୍ବା ସେଠାରେ ମଶାଙ୍କ ପାଦୁର୍ଭାବ ବଢ଼ୁଥିବାର ଲକ୍ଷ କରାଯାଏ ତେବେ ସେହି ନିକଟରେ ବାସ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ଅପରିଷ୍କାର ସ୍ଥାନ ଗୁଡିକୁ ସଫା କରିବା ପାଇଁ ଏକ ଚେତାବନି ନୋଟିସ ଦିଆଯିବ । ଯଦି କୌଣସି କାରଣରୁ ନୋଟିସର ଉଲଙ୍ଘନ କରାଯାଏ ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ୫ଶହ ଟଙ୍କା ଜୋରିମାନା ଦେବାକୁ ପଡିବ ଏବଂ ପାଣି ଜମି ଅପରିଷ୍କାର ହୋଇଥିବା ସ୍ଥାନକୁ ସଫା କରିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ଲାଗିବ ତାହା ମଧ୍ୟ ସେହି ବ୍ୟକ୍ତିଙ୍କ ପାଖରୁ ଆଦାୟ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe