କନକ ବ୍ୟୁରୋ : ପିଲାମାନେ ଗପ ଶୁଣିବାକୁ ବେଶ ଆଗ୍ରହୀ ଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ଶୁଣିବା ଓ କହିବା ଅଭ୍ୟାସକୁ ବିକଶିତ କରିବାକୁ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି ।  କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ, ପିଏବି ନିର୍ଦ୍ଦେଶ ଅନୁସାରେ ମାର୍ଗଦର୍ଶିକା ଜାରି କରିଛି ଓସେପା ।
- ପ୍ରାଥମିକ ସ୍କୁଲରେ ପିଲା ଶୁଣିବେ ଗପ
- ଗପ ଶୁଣାଇବାର ଦକ୍ଷତା ଥିବା ଅଂଚଳର ବରିଷ୍ଠ ବ୍ୟକ୍ତି, ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପିଲାଙ୍କୁ ଗପ କହିବେ
- ପିଲାମାନେ କେବଳ ଗପ ଶୁଣିବେ ନାହିଁ ବରଂ ଗପ ଶୁଣିବା ପରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ପୁନଃଆବୃତି କରିବାକୁ ସୁଯୋଗ ମିଳିବ
ଏଭଳି କାର୍ଯ୍ୟକ୍ରମକୁ ପ୍ରାଥମିକ ଶିକ୍ଷକ ସଂଘ ସ୍ୱାଗତ କରିଛି ।
‘ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ’ର ପ୍ରସ୍ତୁତିକୁ ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
-ରାଜ୍ୟର ୨୭, ୧୮୮ ପ୍ରାଥମିକ ସ୍କୁଲରେ ହେବ କାର୍ଯ୍ୟକ୍ରମ
-ପ୍ରତି ସରକାରୀ ପ୍ରାଥମିକ ସ୍କୁଲ ପିଛା ୧ ହଜାର ଟଙ୍କା ମଂଜୁର
-ମୋଟ ୨ କୋଟି ୭୧ ଲକ୍ଷ ୧୮ ହଜାର ଟଙ୍କା ମଂଜୁର
-ଏଥିପାଇଁ ସର୍ବାଧିକ ୨ଟି ପିରିୟଡ ଦିଆଯିବ
-ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଗୋଷ୍ଠୀ ସଦସ୍ୟ ଅଂଶଗ୍ରହଣ କରିବେ
-ସିଆରସିସି କାର୍ଯ୍ୟକ୍ରମର ତଦାରଖ କରିବେ
ତେବେ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି ଅଭିଭାବକ ସଂଘ ।
ଓସେପା ପକ୍ଷରୁ ଦିଆଯାଇଥିବା ଚିଠିରେ ସ୍କୁଲରେ ମୋଟ ୬ଟି ଅଭିନବ କାର୍ଯ୍ୟକ୍ରମ ପାଇଁ ଅର୍ଥ ମଂଜୁର ହୋଇଛି । ଆଉ ପ୍ରତି କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶିକା ଜାରି କରିଛି ।