ସଚେତନତା ନେଇ ଇଂରାଜୀ ଫିଲ୍ମ ‘ଦ ଫାଦର’ର ସ୍କ୍ରିନିଂ : ସ୍ମରଣଶକ୍ତି ହରାଇଥିବା ଲୋକଙ୍କ କିଭଳି ନେବେ ଯତ୍ନ ?

86

କନକ ବ୍ୟୁରୋ : ସ୍ମରଣଶକ୍ତି ହରାଇଥିବା ଲୋକଙ୍କର କିଭଳି ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ପର୍ଯ୍ୟବେଶିତ ଇଂଲିଶ ଫିଲ୍ମ ‘ଦ ଫାଦର’ ରିଲିଜ ହୋଇଛି । ଆଜି ଏସପ୍ଲାନେଡ ମଲରେ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ ହୋଇଛି ୨୦୨୧ରେ ଓସ୍କାରପ୍ରାପ୍ତ ଏହି ଫିଲ୍ମ । ଫିଲ୍ମରେ ଝିଅ ଓ ଜ୍ୱାଇଁଙ୍କ ଫ୍ଲାଟରେ ରହି ନିଜର ବୋଲି ଭାବୁଥିବା ‘ବୃଦ୍ଧ ଆନଥୋନି’ ଚରିତ୍ରକୁ ଜୀବନ୍ତ ଭାବେ ଅଭିନୟ କରିଥିବା ଆନଥୋନି ହପକିନ୍ସଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ପୁରସ୍କାର ମିଳିଛି । ‘ଆଲଝାଇମର୍ସ ଆଣ୍ଡ ରିଲେଟେଡ ଡ଼ଇଜଅର୍ଡର ସୋଶାଇଟି ଅଫ ଇଣ୍ଡିଆ ଓ ‘ସିଲଭର ଏଜ ଫାଉଡେସନ୍’ ପକ୍ଷରୁ ଭୁବନେଶ୍ୱରରେ ଏହି ଫିଲ୍ମର ସ୍କ୍ରିନିଂ କରାଯାଇଛି । ଡିମେନସିଆ ତଥା ସ୍ମରଣଶକ୍ତି ହରାଉଥିବା ରୋଗରେ ପିଡ଼ୀତ ଅନେକ ପରିବାରର ସଦସ୍ୟମାନେ ଯୋଗ ଦେଇ ଫିଲ୍ମଟିକୁ ଉପଭୋଗ କରିଛନ୍ତି ।