ଓସ୍କାର ଚିଟଫଣ୍ଡ ଠକେଇ ମାମଲା : ଦ୍ୱିତୀୟ ଦିନରେ ପ୍ରଭାସ ରାଉତଙ୍କୁ କ୍ରାଇମବ୍ରାଂଚର ଜେରା

Advertisment
ଜମାକାରୀଙ୍କ ଟଙ୍କାରେ ବିଦେଶରେ ମଉଜ କରୁଥିଲେ ପ୍ରଭାସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତଙ୍କୁ ଜେରା ବେଳେ କ୍ରାଇମବ୍ରାଂଚ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଜମାକାରୀଙ୍କ ଟଙ୍କାରେ ପ୍ରଭାସ ମଉଜ କରିବା ସହ ବିଦେଶ ଗସ୍ତ କରୁଥିଲେ । ଏପରିକି ଗୁଜୁରାଟରେ ବିଭିନ୍ନ ଷ୍ଟେଜ ସୋରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ଷ୍ଟେଜ ସୋ ମାଧ୍ୟମରେ ସେ ଜମାକାରୀଙ୍କୁ ପ୍ରଲୋଭିତ କରୁଥିବା ଏବଂ ବିଦେଶ ଗସ୍ତର ବିଭିନ୍ନ ଫଟୋ ଓ ବୈଦେଶିକ ସଂସ୍ଥାରୁ ଉପାହାର ନେଉଥିବା ଫଟୋ ଦେଖାଇ ଜମାକାରୀଙ୍କୁ ଆକୃଷ୍ଟ କରୁଥିବା କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ଓସ୍କାର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ । ଭୁବନେଶ୍ୱର ଇଓଡବ୍ଲ୍ୟୁ ଅଫିସରେ ତାଙ୍କୁ ଜେରା କରାଯାଇଛି । ଜେରା ବେଳେ କେଉଁଠି କେଉଁଠି ଟଙ୍କା ଲାଗିଛି ସେ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଂଚ । ଚିଟଫଣ୍ଡ,ବିଲଡର ଓ ଓଲିଉଡ ଲିଙ୍କ୍ ନେଇ ହୋଇପାରେ ଖୋଳତାଡ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe