ଓସ୍କାର ସାମ୍ରାଜ୍ୟର ଗୁମର ଖୋଲିବାକୁ ଗୁଜୁରାଟ ଯିବ କ୍ରାଇମବ୍ରାଂଚ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କୁ ଚତୁର୍ଥ ଦିନ ଜେରାରେ କ୍ରାଇମବ୍ରାଂଚ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଗୁଜୁରାଟରେ ପ୍ରଭାସଙ୍କ ଅମାପ ସମ୍ପତିର ଖିଅ ପାଇଛି କ୍ରାଇମବ୍ରାଂଚ । ଏଥିପାଇଁ ଗୁଜୁରାଟ ଯିବ ସ୍ୱତନ୍ତ୍ର ଟିମ୍ । ଏହାର ନେତୃତ୍ୱ ନେବେ ଜଣେ ଡିସିପି ପାହ୍ୟାର ଅଫିସର । ଗୁଜୁରାଟରେ ୫ ଟି ଘରର ସନ୍ଧାନ ମିଳିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ୨ ଟି ଘରର ସନ୍ଧାନ ପାଇଛି ପୋଲିସ । ରାଜଧାନୀ ଭୁବନେଶ୍ୱରରର ପଟିଆ ଅଂଚଳରେ ୫ କୋଟିର ଏକ ଘରର ସନ୍ଧାନ ମିଳିଛି । ଏଥିସହ ଭୁବନେଶ୍ୱରରେ ଏକ ଆକାଉଂଟ ଠାବ କରିଛି କ୍ରାଇମବ୍ରାଂଚ । ଏଥିରେ ୧ କୋଟି ଟଂକା ରହିଛି । ପୂର୍ବରୁ ୬୦ ଲକ୍ଷ ଟଂକାର ସମ୍ପତି ଠାବ କରାଯାଇଥିଲା । ଆସନ୍ତାକାଲି ପ୍ରଭାସଙ୍କ ରିମାଣ୍ଡ ଶେଷ ହେଉଛି । ତେବେ ଆଉ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଂଚ ।