କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ଭେଟେଶ୍ୱର୍ ଗ୍ରାମ ପଞ୍ଚାୟତ ଠାରେ ପି ଏଲ୍ ଏଚ ଆଇ ଭି, ଥାଲାସିମିଆ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି, (ଓସାକ୍ସ) ଆନୁକୂଲ୍ୟରେ ଏହାର ସହଯୋଗୀ କଳିଙ୍ଗ ନେଟୱର୍କ ଫର୍ ପିପୁଲ ଲିଭିଙ୍ଗ ୱିଥ ଏଚ୍. ଆଇ.ଭି (କେ.ଏନ୍.ପି.+)ର ଲିଙ୍କ୍ ୱର୍କର ସ୍କିମ(ଏଲ୍.ଡବ୍ଲୁ . ଏସ୍) ପ୍ରକଳ୍ପ , ଖୋର୍ଦ୍ଧା ତରଫ ରୁ ଆୟୋଜନ କରାଯାଇଥିଲା ।

Advertisment

ଏହି ରକ୍ତଦାନ ଶିବିରରେ କଳିଙ୍ଗ କେ.ଏନ୍.ପି ପ୍ଲସ୍ ଏଲ୍.ଡବ୍ଲୁ .ଏସ୍ ପ୍ରକଳ୍ପର ଯୋଗ୍ୟ ମହିଳା ଓ ପୁରୁଷ କର୍ମଚାରୀ ବୃନ୍ଦ ରକ୍ତ ଦାନ କରିଥିଲେ କ୍ଷ ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂ , ପୂର୍ବତନ ସରପଞ୍ଚ ଶ୍ରୀ ଜିତେନ୍ଦ୍ର କୁମାର ଭୋଳ , ଭେଟେଶ୍ଵର୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ , ଦେଓଗାଁ ସରପଞ୍ଚ ଶ୍ରୀମତୀ ରେଣୁବାଳା ଛାଟୋଇ ଏବଂ ଆୟତପୁର ସରପଞ୍ଚ ଶ୍ରୀମତୀ ନର୍ମଦା ପ୍ରଧାନ ପ୍ରମୁଖ ରକ୍ତଦାନ କରିବା ସହିତ ଗ୍ରାମର ଯୁବକ ସଂଘ ମଧ୍ୟ ରକ୍ତ ଦାନ କରିଥିଲେ ।

ଉକ୍ତ ରକ୍ତ ଦାନ ଶିବିର ରେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ର ସହଯୋଗୀ ନିର୍ଦ୍ଦେଶକ ଇଂ. ଅଜୟ କୁମାର ପାତ୍ର ରକ୍ତ ଦାତା ମାନଙ୍କୁ ସ୍ଵାଗତ ଓ ଧନ୍ୟବାଦ୍ ଜଣାଇଥିଲେକ୍ଷ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତି ଏବଂ ସ୍ଥାନୀୟ ଲୋକଙ୍କୁ ଏଚ୍. ଆଇ.ଭି/ ଏଡସ ସମ୍ବନ୍ଧରେ ସଚେତନ କରିବା ସହିତ ଜାତୀୟ ନିଃଶୁକ୍ଳ ଟେଲିଫୋନ ନମ୍ବର - ୧୦୯୭ କୁ ଫୋନ୍ କରି ଏଚ୍. ଆଇ.ଭି/ ଏଡ୍ସ ସମ୍ବନ୍ଧ ରେ ସମସ୍ତ ତଥ୍ୟ ଜାଣିବା ପାଇଁ ଅନୁରୋଧ କରିଥିଲେ ।
ଏହି ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରରେ ୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କେ.ଏନ୍.ପି ପ୍ଲସ୍ ର ସଭାପତି ଶ୍ରୀମତୀ ପ୍ରଭାସିନୀ ପ୍ରଧାନ ଲିଙ୍କ୍ ୱର୍କର ସ୍କିମ, ପ୍ରକଳ୍ପ ର , ଡି. ଆର୍. ପି. ଶଶିକାନ୍ତ ବରାଳ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।