କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଚଂଚକତା କରି “ଓରଟେଲ୍’’ ପ୍ରାୟ ଦେଢ଼ ଏକର ସରକାରୀ ଜାଗା ନେଇଥିବା ଅଭିଯୋଗ କରି ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଘଟଣାରେ ସୋମବାର ସନ୍ଧ୍ୟାରେ ଏକାଧିକ ଯୁବକ ଓ ମହିଳା ଚନ୍ଦ୍ରଶେଖରପୁର ଓରଟେଲ୍ ଅଫିସ୍ ଫାଟକରେ ତାଲା ପକାଇ ଦେଇଥିଲେ । ଓରଟେଲ୍ ଜାଗାକୁ ଫେରାଇ ଅଣାଯାଇ ସେଠାରେ ସ୍ଥାନୀୟ ଲୋକଙ୍କ ପାଇଁ ବହୁତଳ ବିଶିଷ୍ଟ ସପିଂ କମ୍ପେ୍ଲକ୍ସ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି ।
ତେବେ ଚନ୍ଦ୍ରଶେଖରପୁର ପୋଲିସ୍ ପ୍ରାୟ ଘଂଟାକ ପରେ ଅଫିସର ତାଲା ଖୋଲିଥିଲା । ଓରଟେଲଠାରୁ ସରକାରୀ ଜାଗା ମୁକ୍ତ କରାଯାଉ ଦାବି କରି ସ୍ଥାନୀୟ ଯୁବକ ଅଜିତ ଦାଶ ସୋମବାରଠାରୁ ଓରଟେଲ୍ ଅଫିସ୍ ଆଗରେ ଅନଶନ ଆରମ୍ଭ କରିଛନ୍ତି । ତାଙ୍କୁ ସ୍ଥାନୀୟ ବଜାର ଓ କଲୋନୀବାସୀ ସମର୍ଥନ କରୁଥିବା ସେ ଦାବି କରିଛନ୍ତି । ଅଜିତଙ୍କ ଅଭିଯୋଗ ଅନୁଯାୟୀ ସି-୧ ଚନ୍ଦ୍ରଶେଖରପୁରରେ ବିଡିଏ କଲୋନୀବାସୀଙ୍କ ବ୍ୟବହାର ପାଇଁ ରହିଥିବା ଖେଳପଡ଼ିଆକୁ ଓରଟେଲ କର୍ତୃପକ୍ଷ ଚଂଚକତା କରି ଜିଏ ଓ ବିଡିଏଠାରୁ ୧୯୯୫ ମସିହାରେ ହାତେଇ ନେଇଥିଲେ ।
ପ୍ରାୟ ଦେଢ଼ ଏକରର ଏହି ଜମି ଉପରେ ୨୦୦୪ ମସିହାରେ ଓରଟେଲ୍ର ଅଟ୍ଟାଳିକା ନିର୍ମାଣ କରାଯାଇଥିଲା । ଏହାକୁ ବିରୋଧ କରି ସେମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ଏହି ଜାଗା ଫେରାଇଆଣିବାକୁ ସେମାନେ ଦାବି କରିଛନ୍ତି । ତେବେ ଏନେଇ ଓରଟେଲ୍ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-08-19h29m54s325.png)
/kanak/media/post_attachments/wp-content/uploads/2018/05/vlcsnap-2018-05-08-19h30m26s813-300x240.png)
/kanak/media/post_attachments/wp-content/uploads/2018/05/vlcsnap-2018-05-08-19h30m06s715-300x240.png)