କନକ ବ୍ୟୁରୋ: କାନାଡାରୁ ଭାରତ ଫେରିଥିବା ମହିଳାଙ୍କ ଠାରେ ଠାବ ହେଲା କରୋନା ଭୂତାଣୁ । ଡାକ୍ତରୀ ରିପୋର୍ଟ ପଜିଟିଭ୍ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । କାନାଡାରୁ ଫେରିଥିବା ଲଖନୌର ଏହି ମହିଳା ଜଣଙ୍କୁ ଏବେ ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେପଟେ ଏହାକୁ ମିଶାଇ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୬୨କୁ ବୃଦ୍ଧି ହୋଇଛି । ବୁଧବାର କେରଳରେ ୮ ଜଣ ସନ୍ଦିଗ୍ଧଙ୍କ ପଜିଟିଭ୍ ରିପୋର୍ଟ ଆସିଛି । ଗୁରୁବାର ଜଣେ ମହିଳାଙ୍କ ରିପୋର୍ଟ ବି ପଜିଟିଭ୍ ଆସିଛି । ସେପଟେ ବିହାରରେ ଆଉ ୪ ଜଣ ସନ୍ଦୀଗ୍ଧଙ୍କ ନମୂନା ପରୀକ୍ଷାଗାରକୁ ପଠା ଯାଇଛି ।

Advertisment

publive-image

ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ମହାରାଷ୍ଟ୍ରରେ ୧୧ , ଦିଲ୍ଲୀ ଓ ରାଜସ୍ଥାନରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୟପୁରରେ ୧୮ ଜଣ ଆକ୍ରାନ୍ତ ଓ ଲଦାଖରେ ୨ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଇଛି । କର୍ଣ୍ଣାଟକରେ ୪ଜଣ, ପଂଜାବ ଅମୃତସରରେ ୨ ଜଣ ଓ ୟୁପିରେ ୯ଜଣଙ୍କ ସାମ୍ପୁଲ ପଜିଟିଭ ଆସିଥିବା ବେଳେ ୭୭ଜଣ ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାକୁ ନଜରରେ ରଖି ଆଇଟିବିପି ଜବାନ ଆଉ ୪ଟି କ୍ୟାମ୍ପ ତିଆରି କରିଛନ୍ତି । ଭାରତ ସରକାର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତ ଆସୁଥିବା ବ୍ୟକ୍ତିଙ୍କ ଭିସା ଉପରେ ଅପ୍ରେଲ ୧୫ ତାରିଖ ଯାଏଁ ରୋକ ଲଗାଇଛନ୍ତି । ବିଦେଶ ଯାତ୍ରା ନକରିବା ପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।