ଦିନକୁ ଦିନ ବଢିଚାଲିଛି ଛିନତାଇ ଭଳି ଅବରାଧ । ବୃଦ୍ଧାଙ୍କ ହାତ କାଟି ସୁନା ଲୁଟିନେଲେ ଦୁର୍ବୃତ୍ତ

Advertisment
ଦିନକୁ ଦିନ ବଢିଚାଲିଛି ଛିନତାଇ ଭଳି ଅବରାଧ । ବୃଦ୍ଧାଙ୍କ ହାତ କାଟି ସୁନା ଲୁଟିନେଲେ ଦୁର୍ବୃତ୍ତ

ବେଲଗୁଣ୍ଠା ଥାନା ଅଧୀନ ପଥରାପଲି ଗ୍ରାମରେ ଆଜି ସକାଳ ୧୦ ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର ଗୋପାଳ ଦଳାଇ ଙ୍କ ସ୍ତ୍ରୀ ସୁଲୋଚନା ଦଳାଇଙ୍କ ହାତ କାଟି ଦୁର୍ବୃତ୍ତ ମାନେ ସେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି। ସୂଚନା ପ୍ରକାରେ ୨ଜଣ ଦୁର୍ବୃତ୍ତ ଏକ ନୀଳ ରଙ୍ଗର ସ୍କୁଟିରେ ଆସି ଉକ୍ତ ଅଞ୍ଚଳରେ ଗତ ୪ ଦିନ ଧରି ବୁଲୁ ଥିଲେ ।

ଆଜି ଗୋପାଳ କୌଣସି କାମରେ ବେଲଗୁଣ୍ଠା ଆସିଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତା କଡରେ ରହୁଥିବା ଗୋପାଳ ଦଳାଇ ଙ୍କ ଘରେ ପଶିଥିଲେ। ଗୋପାଳ ଙ୍କ ସ୍ତ୍ରୀ ସୁଲୋଚନାଙ୍କୁ ଆକ୍ରମଣ କରିବା ସହ ବାମ ହାତ ଟିକୁ ଏକ ଧାରୁଆ ଅସ୍ତ୍ର ରେ କାଟି ଦେଇ ସେ ପିନ୍ଧିଥିବା ଏକ ଅଢେଇ ତୁଳାର ସୁନା ହାର ଓ ଅନ୍ୟାନ୍ୟ ସୁନା ଗହଣା ଲୁଟି ନେଇଥିବା ସୁଲୋଚନାଙ୍କ ସ୍ୱାମୀ ପ୍ରକାଶ କରିଛନ୍ତି। ଘର ଭିତରେ ସୁଲୋଚନା ଗୁରୁତର ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ଓ ମେଡ଼ିକାଲରେ ପହଂଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସୁଲୋଚନାଙ୍କୁ ବ୍ରହ୍ମପୁର ଏମ୍କେସିଜି ଡାକ୍ତର ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe