କନକ ବ୍ୟୁରୋ: ଓଡିଆ କୁସ୍ତିଯୋଦ୍ଧାଙ୍କୁ ଆଫଗାନୀ ଖେଳାଳି ଓ ଦର୍ଶକଙ୍କ ମରଣାନ୍ତକ ଆକ୍ରମଣ । ଯେଉଁ ପ୍ରତିଯୋଗିତାରେ ସେ ଦ୍ୱିତୀୟ ରାଉଣ୍ଡ ଖେଳିଥାନ୍ତେ, ଏବେ ଆହତ ହୋଇ ହସପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି ଓଡିଶାର ଶ୍ରୀକାନ୍ତ ଶେଖର । ତାଙ୍କର ମାଢି ଭାଙ୍ଗିିଯାଇଛି । ୬ଟି ପ୍ଲେଟ ପକାଯାଇଛି । ଦିଲ୍ଲୀରେ ଏଭଳି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଭାରତୀୟ ମିକ୍ସଡ୍ ମାର୍ଶାଲ ଆର୍ଟ ବା ଏମଏମଏ ଫାଇଟର୍ ଓଡିଆ ଖେଳାଳି ଶ୍ରୀକାନ୍ତ ଶେଖରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଆଫଗାନ୍ ଫାଇଟର ୍ଅବଦୁଲ ବଦାକ୍ସି । ଘଟଣା ପରେ ଅଣ୍ଡର ଗ୍ରାଉଣ୍ଡ ହୋଇ ଯାଇଛନ୍ତି ବଦାକ୍ସି । ଏତଲା ଦିଆଯାଇଛି କିନ୍ତୁ ତାଙ୍କର ପତ୍ତା ମିଳୁନାହିଁ । ତେବେ ଏହି ପ୍ରତିଯୋଗିତାରେ ବଦାକ୍ସି ଭାଗ ନେଇନଥିଲେ । ତାଙ୍କୁ କିଏ ଏହି ପ୍ରତିଯୋଗିତାକୁ ଡାକିଥିଲା, ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

Advertisment
  • ଦିଲ୍ଲୀରେ ଓଡ଼ିଆ ଫାଇଟର୍ ଶ୍ରୀକାନ୍ତ ଶେଖରଙ୍କୁ ମରଣାନ୍ତକ ଆକ୍ରମଣ
  • ଆଫଗାନ୍ ଖେଳାଳି ଓ ତାଙ୍କ ସମର୍ଥକ ବିରୋଧରେ ଏତଲା

ଭାରତୀୟ ମିକ୍ସଡ୍ ମାର୍ଶାଲ ଆର୍ଟ ବା ଏମଏମଏ ଫାଇଟର୍ ଶ୍ରୀକାନ୍ତ ଶେଖରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଆଫଗାନ୍ ଫାଇଟର୍ ଅବଦୁଲ ବଦାକସି ଓ ତାଙ୍କ ସମର୍ଥକ । ଆକ୍ରମଣରେ ଶ୍ରାକାନ୍ତ ଶେଖରଙ୍କ ମାଢ଼ି ଭାଙ୍ଗିଯାଇଛି । ଗୁରୁତର ଅବସ୍ଥାରେ ହସପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ଶ୍ରୀକାନ୍ତ । ଶ୍ରୀକାନ୍ତଙ୍କ ଘର ଭୁବନେଶ୍ୱର ଭିଏସଏସନଗର ଅଞ୍ଚଳରେ ।

  • ଜୁନ ୨୪, ନୂଆ ଦିଲ୍ଲୀ
  • ମ୍ୟାଟ୍ରିକ୍ସ ଫାଇଟ୍ ନାଇଟ୍ ବା ଏମଏଫଏନ୍-୯ ପ୍ରତିଯୋଗିତା

ପ୍ରଥମ ରାଉଣ୍ଡ ଜିତିବା ପରେ ଫାଇଟର ଶ୍ରୀକାନ୍ତ ଶେଖର ମୁକାବିଲା ପାଇଁ ଆଫଗାନ୍ ଫାଇଟର୍ ଜହୁର୍ ଶାହଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ବରୁ ତାଙ୍କ ଠାରୁ ହାରିଥିବାରୁ ପ୍ରତିଶୋଧ ନେବା ପାଇଁ ଚାହୁଁଥିଲେ ଶ୍ରୀକାନ୍ତ । ହେଲେ ସେତେବେଳେ ସେଠ୍ ରୋଜାରିଓଙ୍କ ସହ ମୁକାବିଲା କରୁଥିଲେ ଜହୁର୍ । ବନ୍ଧୁ ରୋଜାରିଓଙ୍କୁ ଚିୟର କରିଥିଲେ ଶ୍ରୀକାନ୍ତ ଏବଂ ଜହୁରଙ୍କ ମନୋବଳ ବଢାଉଥିଲେ ଅବଦୁଲ ବଦାକସି । ତେବେ ଏହି ମୁକାବିଲାରେ ରୋଜାରିଓ ଆଗୁଆ ରହିବାରୁ ଆଫ୍ଗାନ ଫାଇଟର ଅବଦୁଲ ବଦାକସି ଚିହିଁକି ଉଠିଥିଲେ । ରୋଜାରିଓଙ୍କୁ ଉତ୍ସାହିତ କରୁଥିବା ଶ୍ରୀକାନ୍ତ ଶେଖରଙ୍କୁ ହଠାତ ଆକ୍ରମଣ କରିଥିଲେ । ତଳେ ପଡ଼ିବା ପରେ ତାଙ୍କ ରାଗ ଶାନ୍ତି ହୋଇନଥିଲା । ମାଡ଼ ମାରି ଚାଲିଥିଲେ, ଆଉ ତାଙ୍କ ସହ ଆଫଗାନ୍ ସମର୍ଥକମାନେ ବି ଶ୍ରୀକାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଭାରତୀୟ ଫ୍ୟାନ ଓ ଅଫିସିଆଲ୍ କୌଣସି ପ୍ରକାର ତାଙ୍କୁ ବଞ୍ଚାଇ ହସ୍ପିଟାଲରେ ଭର୍ତି କରିଥିଲେ ।

ଫାଇଟର୍ ଅବଦୁଲ୍ ଅଜିମ୍ ବଦାକସି ଆଫଗାନିସ୍ତାନର ମିକ୍ସଡ୍ ମାର୍ଶାଲ୍ ଆର୍ଟର ଜଣେ ଜଣାଶୁଣା ଫାଇଟର । ହେଲେ ଏହି ପ୍ରତିଯୋଗିତାରେ ସେ ଭାଗ ନେଇନଥିଲେ । ତାଙ୍କୁ କିଏ ଏହି ପ୍ରତିଯୋଗିତାକୁ ଡାକିଥିଲା, ତାହା ଏବେ ବଡ଼ ପ୍ରଶ୍ନ । କାରଣ ମରଣାନ୍ତକ ଆକ୍ରମଣ ପରେ ଫେରାର ହୋଇ ଯାଇଛନ୍ତି ଅବଦୁଲ୍ ବଦାକ୍ସି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଅବଦୁଲ୍ ଅଜିମ୍ ବଦାକସିଙ୍କ ନିକଟରେ ଉଭୟ ଭାରତ ଓ ଆଫଗାନିସ୍ତାନର ପାସପୋଟ୍ ରହିଛି । ଅଜିମ୍ ସେଠୀ ନାଁରେ ଭାରତୀୟ ପାସପୋର୍ଟ ଓ ଆଧାର କାର୍ଡ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଘଟଣା ପରେ ଅଣ୍ଡର ଗ୍ରାଉଣ୍ଡ ହୋଇ ଯାଇଛନ୍ତି ଅବଦୁଲ ବଦାକ୍ସି । ଏତଲା ଦିଆଯିବା ପରେ ତାଙ୍କର ପତ୍ତା ମିଳୁନଥିବା ଦିଲ୍ଲୀ ପୁଲିସ ସୂତ୍ରରୁ ଜଣାପଡିଛି । ଏପଟେ ପ୍ରଥମ ରାଉଣ୍ଡ ଜିତିବା ପରେ ପ୍ରତିଯୋଗିତାରେ ଆଗକୁ ବଢ଼ିଥାନ୍ତେ ଶ୍ରୀକାନ୍ତ ଶେଖର, କିନ୍ତୁ ସେ ଏବେ ହସପିଟାଲ୍ ବେଡରେ ଅଛନ୍ତି ।