ବାହାରିନରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ । ହସପିଟାଲକୁ ନିଆଯାଇଥିବା ୧୫ ଶ୍ରମିକ ମିଳୁନି ପତ୍ତା ।

157

କନକ ବ୍ୟୁରୋ: ବିିଦେଶରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା । ବାହାରିନରେ ଥିବା ଓଡିଆ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆସିଛି । ଚିଲିକାରେ ଥିବା ସୁବୁଦ୍ଧି ପାଟଣା ଗାଁର ପ୍ରୀତମ ନନ୍ଦ ନିର୍ଯାତନା ସହିନପାରି ଏକ ଭିଡିଓ ଫୁଟେଜ ଜାରି କରିଛନ୍ତି । ସେଠାକାର ପୁଲିସ ଦ୍ୱାରା ଓଡିଆ ଶ୍ରମିକମାନେ ଭୋକ ଉପାସରେ ରହିବା ସହିତ ନାକାବନ୍ଦୀ ହୋଇ ରହିଥିବା ଜଣାପଡିଛି ।

ତେବେ ୬ରୁ ୭ ମାସ ପୂର୍ବରୁ ଓଡିଆ ଶ୍ରମିକ କାମ ଆଶାରେ ସୁଦୂର ବାହାରିନକୁ ଯାଇଥିଲେ । ୧୦ ଘଣ୍ଟା କାମର ପାରିଶ୍ରମିକ ସହ ଖାଇବା ପିଇବା ଖର୍ଚ୍ଚ ଦେବା ପାଇଁ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ସେମାନଙ୍କୁ ୧୪ ଘଣ୍ଟାରୁ ଅଧିକ ସମୟ କାମ କରାଗଲା । ଖାଇବା, ପିଇବା ଦିଆଗଲା ନାହିଁ । ବାହାରିନ ଠାରେ ଥିବା କମ୍ପାନୀ ଗ୍ୟାସ ଚାମ୍ବର ମଧ୍ୟରେ ରହିଛି । ଅନେକ ଶ୍ରମିକଙ୍କ ଶରୀର ଏହି ଚାମ୍ବରରୁ ବାହାରୁଥିବା ଗ୍ୟାସରୁ ଦେହ ଖରାପ ହୋଇଥିଲା । ଏହି ଗ୍ୟାସ ପାଇଁ ଅନେକ ଶ୍ରମିକ ଅଚେତ ହୋଇଯାଉଥିବା ମଧ୍ୟ ଅଭିଯୋଗ ରହିଛି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେମାନଙ୍କର ପତ୍ତା ଏବେ ପଯ୍ୟନ୍ତ ମିଳୁନଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ଶ୍ରମିକ ୩ ଦିନ ଧରି ଅନସନ କରୁଛନ୍ତି । ଅନସନ ସ୍ଥାନରୁ ଇଲେକ୍ଟ୍ରିସିଟି ଓ ଇଣ୍ଟରନେଟ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି ।

ପ୍ରବାସୀ ଓଡିଆ ଶ୍ରମିକ ନିଜ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି । ହେଲେ ସଂପୃକ୍ତ କମ୍ପାନୀ ତାଙ୍କୁ ଘରକୁ ଛାଡୁନଥିବା ଜଣାପଡିଛି । କମ୍ପାନୀ କର୍ତ୍ତୃପକ୍ଷ ପାସପୋର୍ଟ ଦେଉନଥିବା ଅଭିଯୋଗ ହୋଇଛି । ବାଲୁଗାଁ, ଖଲ୍ଲିକୋଟ ଏବଂ ବାଣପୁରର ପ୍ରାୟ ୩୦୦ରୁ ଅଧିକ ଶ୍ରମିକ ବାହାରିନରେ ଥିବା ସୂଚନା ରହିଛିା ଏବେ ଆଉ ଗୋଟିଏ ଭିଜୁଆଲ ଉପରେ ନଜର ପକାଇବା । ଅଭିଯୋଗ ଆସିଛି ଯେ ଶ୍ରମିକଙ୍କୁ ଏକୁଟିଆ ପାଇଲେ କିଛି ଲୋକ ଗଳା କାଟିଦେଉଛନ୍ତି । ଅଭିଯୋଗ ଏହା ମଧ୍ୟ ଆସିଛି ଯେ ତାଙ୍କୁ ନିର୍ଯାତନା ଦିଆଯାଉଛି । ଗଳାକାଟିବା ପରେ ସେମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦିଆଯାଉଛି ।