ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର : ସମ୍ମାନ ପାଇବାରେ ପ୍ରଥମ ଓଡିଆ ମହିଳା ବୈଜ୍ଞାନିକ; ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

214

କନକ ବ୍ୟୁରୋ : ଓଡିଶା ପାଇଁ ଗର୍ବ ଆଣିଛନ୍ତି ଜ୍ୟୋତିର୍ମୟୀ ଦାଶ । ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ସେମାନଙ୍କୁ ସମ୍ମାନିତ କରିବେ । ଏହି ପୁରସ୍କାର ପାଇବାରେ ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡିଆ ମହିଳା ବୈଜ୍ଞାନିକ । ରାସାୟନିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ୟୋତିର୍ମୟୀଙ୍କୁ ଏହି ପୁରସ୍କାର ମିଳିବ । ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ସହ ମାନପତ୍ର ଦିଆଯିବ । ଜ୍ୟୋତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ।

ସେ ରେଭେନ୍ସ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତୋକତର ହାସଲ କରିବା ପରେ ଆଇଆଇଟି କାନପୁରରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ୨୦୦୯ରେ କୋଲକାତା ଆଇଜରରେ ଆସିଷ୍ଟାଂଟ ପ୍ରଫେସର ରୂପେ ୪ ବର୍ଷ କାର୍ଯ୍ୟ କରିଥିଲେ । ୨୦୧୨ରେ କୋଲକାତାସ୍ଥିତ ଇଣ୍ଡିଆନ ଆସୋସିଏସନ ଫର ଦ କଲଟିଭେସନ ଅଫ ସାଇନ୍ସରେ ଆସିଷ୍ଟାଂଟ ପ୍ରଫେସର ଭାବେ ଯୋଗଦେଇ ଏବେ ପ୍ରଫେସର ଭାବେ କାମ କରୁଛନ୍ତି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।