ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ : କହିଲେ, ରାଜ୍ୟ ଭାଷା ତାଲିକାରୁ ବାଦ ପଡ଼ିନି ଓଡ଼ିଆ

କେବଳ ପ୍ରାଥମିକ ଶିକ୍ଷକ ପରୀକ୍ଷାରୁ ଦିଆଯାଇଛି ବାଦ; ତାଲିମରେ ଅନ୍ତର୍ଭୂକ୍ତ କରିବାକୁ ଚିଠି ଲେଖାଯାଇଥିବା ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ

113

କନକ ବ୍ୟୁରୋ : ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଅଣଦେଖା ପ୍ରସଙ୍ଗରେ ଝାରଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି ଝାରଖଣ୍ଡରେ ଦ୍ୱିତୟ ଭାଷା ରୁପେ ଓଡ଼ିଆ ଭାଷା ବାଦ ପଡ଼ିନାହିଁ । କେବଳ ଶିକ୍ଷକମାନଙ୍କ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ବାଦ୍ ଦିଆଯାଇଥିଲା ।

ଏହାକୁ ଟ୍ରେନିଂରେ ଅନ୍ତର୍ଭୁକ୍ତ କରିବାକୁ ଚିଠି କରିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେପ୍ଟେମ୍ବର ୨୦ ତାରିଖରେ ଝାରଖଣ୍ଡ ସରକାର କରିଥିବା ନୋଟିଫିକେନ୍ ଅନୁସାରେ କେବଳ ପ୍ରାଥମିକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ସପ୍ତମ ପେପରରେ ଅନ୍ୟ ଆଂଚଳିକ ଭାଷା ଥିବା ବେଳେ ଓଡ଼ିଆ ବାଦ୍ ପଡ଼ିଛି । ଅନ୍ୟପଟେ ବିଭିନ୍ନ ରାଜ୍ୟରେ ଉକ୍ରଳ ସମ୍ମିଳନୀ ଜରିଆରେ ୧୬୦ ଶିକ୍ଷକ ନିଯୁକ୍ତି ଦିଆଇଥିବା କହିଛନ୍ତି ସମୀର ଦାଶ ।