କନକ ବ୍ୟୁରୋ : ବ୍ରହ୍ମପୁରରୁ ସୁରଟକୁ ଗଡିଲା ଟ୍ରେନ । ଏହି ଟ୍ରେନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୨ ହଜାର ପ୍ରବାସୀ ଓଡିଆ ଯାତ୍ରା କରୁଛନ୍ତି । ଟିକେଟ କାଉଁଟର ଖୋଲିବାର ପ୍ରାୟ ଅଧଘଂଟାଏ ମଧ୍ୟରେ ମାସେ ପାଇଁ ଟିକେଟ ବୁକ ହୋଇଯାଇଥିଲା । ସୁରଟର ବିଭିନ୍ନ କାରଖାନାରେ କାମ କରୁଥିବା ଏହି ପ୍ରବାସୀ ଶ୍ରମିକମାନେ ଏବେ ଜୀବିକା ବଂଚାଇବା ପାଇଁ ଆଗଭର ହୋଇଛନ୍ତି । କରୋନା କାଳରେ ଲକଡାଉନ ଓ ସଟଡାଉନର କଟକଣା ଭିତରେ ଏହି ପ୍ରବାସୀ ଶ୍ରମିକମାନେ ଘରେ ବସି ରହିଥିଲେ ।

Advertisment

ପାଖରେ କାମ ଧନ୍ଦା ନଥିଲା । ପରିବାର ଚଳାଇବା ଗୁଜୁରାଣ ମେଂଟାଇବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ଏପରି ସ୍ଥିତିରେ ଟଙ୍କା ରୋଜଗାର କରିବା ପାଇଁ ଏହି ଶ୍ରମିକମାନେ ଏବେ ସୁରଟ ମୁହାଁ ହୋଇଛନ୍ତି । ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।