କନକ ବ୍ୟୁରୋ : ପୋଲିସ ହାବିଲଦାର,କନେଷ୍ଟବଳ ଓ ସିପାହୀ ମହାସ˚ଘ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି। ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ଦାବି ପୂରଣ ନହେଲେ ନଭେମ୍ବର ୪ ତାରିଖରୁ ୬୦ ହଜାର ପୋଲିସ କର୍ମଚାରୀ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଘୋଷଣା କରିଛି। ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ନିଲମ୍ବନ ହୋଇଥିବା ୩ ଜଣ କନଷ୍ଟେବଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର, ହାଇକୋର୍ଟ ପରିସରରେ ପୁଲିସ କନଷ୍ଟେବଳଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଏବଂ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ ତାରିଖ ଦିନ ଥାନାରୁ ଛାଡ଼ି ଦେଇ ଥିବାରୁ ଚାଉଳିଆଗଂଜ ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମହାସଂଘ। ଦାବି ପୂରଣ କରାନଗଲେ ରାଜ୍ୟବ୍ୟାପୀ ଆସନ୍ତା ୪ ତାରିଖରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମହାସ˚ଘ ସଭାପତି ସନ୍ତୋଷ ଶତପଥୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

publive-imageସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଚାଉଳିଆଗଞ୍ଜ ଥାନାର ହାବିଲଦାର ପ୍ରସନ୍ନ କୁମାର ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ସାମଲ, ଓଏପିଏଫ୍ ଉଦୟ କୁମାର ଭୂୟାଁ ଏବ˚ ହୋମଗାର୍ଡ କିଶୋର ଜେନା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ସେହି ଘଟଣାରେ ସେମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଅକ୍ଟୋବର ୨୯ ତାରିଖରେ ଆଡଭୋକେଟ ଜେନେଲରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କୁ ଆନ୍ଦୋଳନ ସମୟରେ ସୁରକ୍ଷା ଦେଇ ହାଇକୋର୍ଟ ଭିତରେ ୬ ଜଣ କନେଷ୍ଟବଳ ଛାଡ଼ି ଆସିବା ପରେ କନେଷ୍ଟବଳ ସତ୍ୟନାରାୟଣ ଛୁଆଳସି˚ହଙ୍କୁ ଆଇନଜୀବୀମାନେ ଆକ୍ରମଣ କରିଥିଲେ। ଏଭଳି ପରିସ୍ଥିତିରେ ଶ୍ରୀ ବେହେରା, ଶ୍ରୀ ସାମଲ ଏବ˚ ଶ୍ରୀ ଭୂୟାଁଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶ କମିସନରେଟ୍ ପୁଲିସ ପ୍ରତ୍ୟାହାର କରିବାକୁ ମହାସ˚ଘ ଦାବି କରିଛି। ମହାସ˚ଘର ଉକ୍ତ ଦାବିଗୁଡ଼ିକ ୪୮ ଘଣ୍ଟା ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ସମୟ ଦେଇଛି। ନଚେତ୍ ରାଜ୍ୟ ପୁଲିସ ମୁଖ୍ୟାଳୟ ଜିଲ୍ଲା, ଥାନା ସ୍ତରରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀ ଆନ୍ଦୋଳନରେ ସାମିଲ ହେବେ ବୋଲି ମହାସ˚ଘର ସଭାପତି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।