ମମିତା ହତ୍ୟା ମାମଲା : ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

 କେତେ ଦୂର ଆଗେଇଛି ତଦନ୍ତ, ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ; ଡିସେମ୍ବର ୩ରେ ପରବର୍ତୀ ଶୁଣାଣି, ସେପଟେ ଏହି ମାମଲାରେ ହାଇକୋର୍ଟରେ ରୁଜୁ ହୋଇଛି ଆଉ ଏକ ମିସ କେସ୍

118

କନକ ବ୍ୟୁରୋ : ହାଇକୋର୍ଟରେ ମମିତା ମେହେର ହତ୍ୟା ମାମଲାର ଶୁଣାଣି । ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ । ହାଇକୋର୍ଟ ରିପୋର୍ଟ ଦାଖଲ ପରେ ଆସନ୍ତା ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ନିରପେକ୍ଷ ତଦନ୍ତ ଦାବିରେ ହାଇକୋର୍ଟ ଯାଇଛନ୍ତି ମମିତାଙ୍କ ପରିବାର ।

ସେପଟେ, ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ୍ ହୋଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଆବେଦନ କରାଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସନସାଇନ ସ୍କୁଲକୁ ଯାଉଥିଲେ ଓ ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ବୋଲି ମମିତାଙ୍କ ବାପା ପୂର୍ବରୁ ଅଭିଯୋଗ ଆଣିଥିଲେ ବୋଲି ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ । ମମିତାଙ୍କ ମୋବାଇଲ ଓ ଲାପଟପରେ ସେସବୁର ତଥ୍ୟ ରହିଥିଲା । କିନ୍ତୁ ଏହି ସବୁ ସାମଗ୍ରୀକୁ ଆଜି ପର୍ଯ୍ୟନ୍ତ ରିକଭରୀ କରାଯାଇନାହିଁ ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଲ ଡିଟେଲ୍ସର ଯାଂଚ କରାଯାଇ ନାହିଁ । ବରଂ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ଜାଣି ଶୁଣି ତଦନ୍ତକୁ ବାଟ ବଣା କରୁଛନ୍ତି । ଦୋଷୀଙ୍କୁ ସୁହାଇବା ଭଳି ତଥ୍ୟ ଦେଉଛନ୍ତି । ତେଣୁ ଡିଆଇଜି ଓ ଏସପିଙ୍କ ବିରୋଧରେ ୧୨୦ ବି ଧାରା ଲାଗୁ କରିବାକୁ ନିବେଦନ କରିଛନ୍ତି । ଏସପି ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟରେ ନିବେଦନ କରିଛନ୍ତି ।