କନକ ବ୍ୟୁରୋ : ହାଇକୋର୍ଟରେ ମମିତା ମେହେର ହତ୍ୟା ମାମଲାର ଶୁଣାଣି । ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ । ହାଇକୋର୍ଟ ରିପୋର୍ଟ ଦାଖଲ ପରେ ଆସନ୍ତା ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ନିରପେକ୍ଷ ତଦନ୍ତ ଦାବିରେ ହାଇକୋର୍ଟ ଯାଇଛନ୍ତି ମମିତାଙ୍କ ପରିବାର ।
ସେପଟେ, ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ୍ ହୋଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଆବେଦନ କରାଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସନସାଇନ ସ୍କୁଲକୁ ଯାଉଥିଲେ ଓ ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ବୋଲି ମମିତାଙ୍କ ବାପା ପୂର୍ବରୁ ଅଭିଯୋଗ ଆଣିଥିଲେ ବୋଲି ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ । ମମିତାଙ୍କ ମୋବାଇଲ ଓ ଲାପଟପରେ ସେସବୁର ତଥ୍ୟ ରହିଥିଲା । କିନ୍ତୁ ଏହି ସବୁ ସାମଗ୍ରୀକୁ ଆଜି ପର୍ଯ୍ୟନ୍ତ ରିକଭରୀ କରାଯାଇନାହିଁ ।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଲ ଡିଟେଲ୍ସର ଯାଂଚ କରାଯାଇ ନାହିଁ । ବରଂ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ଜାଣି ଶୁଣି ତଦନ୍ତକୁ ବାଟ ବଣା କରୁଛନ୍ତି । ଦୋଷୀଙ୍କୁ ସୁହାଇବା ଭଳି ତଥ୍ୟ ଦେଉଛନ୍ତି । ତେଣୁ ଡିଆଇଜି ଓ ଏସପିଙ୍କ ବିରୋଧରେ ୧୨୦ ବି ଧାରା ଲାଗୁ କରିବାକୁ ନିବେଦନ କରିଛନ୍ତି । ଏସପି ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟରେ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/24-19.jpg)