କନକ ବ୍ୟୁରୋ : କନକ ବ୍ୟୁରୋ : ହାଇକୋର୍ଟରେ ଏଏସଓ ମାମଲାର ଶୁଣାଣି ହୋଇଛି । ଉଚ୍ଚନ୍ୟାୟାଳୟ ପୂର୍ବ ରାୟକୁ କାଏମ ରଖି ରିଟ୍ ପିଟିସନ ଓ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି । ଫଳରେ ଓପିସିଏସସି ପକ୍ଷରୁ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଚାକିରୀ ଆଶାୟୀଙ୍କୁ ଶକ୍ତ ଝଟକା ଲାଗିଛି । ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷା ପରେ ଓପିଏସସି ପକ୍ଷରୁ ମେରିଟ ତାଲିକା ପ୍ରକାଶ ପାଇବା ପରେ ବିବାଦ ଆରମ୍ଭ ହୋଇଥିଲା ।

Advertisment

ମେରିଟ ତାଲିକାରେ ସ୍ଥାନ ପାଇନଥିବା ଚାକିରୀ ଆଶାୟୀ ନିୟମର ଉଲ୍ଲଂଘନ ଓ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଓପିଏସସି ପକ୍ଷରୁ ଜାରି ହୋଇଥିବା ମେରିଟ ତାଲିକାକୁ ଖାରଜ କରିବା ସହ ନୂଆ ତାଲିକା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟକୁ ବିରୋଧ କରି ହାଇକୋର୍ଟରେ ରିଟ୍ ପିଟିସନ ଓ ରିଭ୍ୟୁ ପିଟିସନ ଦାଖଲ କରି ମେରିଟ ତାଲିକାରେ ଥିବା ଚାକିରୀ ଆଶାୟୀ । ଆଜି କୋର୍ଟ ରିଟ ପିଟିସନ ଓ ରିଭ୍ୟୁ ପିଟିସନକୁ ଖାରଜ କରି ପୂର୍ବ ରାୟକୁ କାଏମ ରଖିଛନ୍ତି । ଫଳରେ ଏଏସଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଚାକିରୀ ଅପେକ୍ଷାଥିବା ଚାକିରୀ ଆଶାୟୀ ହାତ ପାଆନ୍ତାରୁ ଚାକିରୀ ଖସି ଯାଇଛି ବୋଲି କହିହେବ ।

ମାମଲାର ବିବରଣୀରୁ ପ୍ରକାଶ ଯେ, ୭୯୬ ଏଏସଓ ପଦ ପାଇଁ ୨୦୨୨, ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ଲକ୍ଷ ୪୮ହଜାର ୮୮୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଆରମ୍ଭରୁ ବିବାଦରେ ରହିଥିବା ଏଏସଓ ପରୀକ୍ଷାକୁ ନେଇ କେତେକ ପ୍ରାର୍ଥୀ ଧାରଣା ଦେଇଥିଲେ। ଏ ନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ହାଇକୋର୍ଟଙ୍କ ନଭେମ୍ବର ୧୪ର ରାୟ ଅନୁସାରେ୨୦୧୬, ସେପ୍ଟେମ୍ବର ୩ର ବିଜ୍ଞପ୍ତି ଓପିଏସି ପରୀକ୍ଷାଫଳ ପ୍ରକାଶ କରିଥିଲା ।

ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨, ନଭେମ୍ବର ୭ରେ ଓପିଏସସି ବିଜ୍ଞପ୍ତି ପ୍ରକାଶ କରିଥିଲା । ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ/ନଥିପତ୍ର ଯାଞ୍ଚ ଓ କମ୍ପ୍ୟୁଟର  ସ୍କିଲ ଟେଷ୍ଟ ପାଇଁ ଡକାଯାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଏଏସଓ ନିଯୁକ୍ତି ପ୍ରକ୍ରିୟାର ବିବାଦ ପଛ ଛାଡି ନଥିଲା । ଏଏସଓ ପରୀକ୍ଷାରେ ନିୟମ ଉଲ୍ଲଂଘନ ହୋଇଛି । ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା ।