ନଭେମ୍ବର ୨୦ ଯାଏଁ ପୂର୍ବଭଳି ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି: ହାଇକୋର୍ଟ ପକ୍ଷରୁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି; ଚଳିତମାସରେ ବନ୍ଦ ରହିବ ଶନିବାର ଅଦାଲତ

69

କନକ ବ୍ୟୁରୋ: ନଭେମ୍ବର ୨୦ ଯାଏଁ ପୂର୍ବଭଳି ଭିଡିଓ କନଫରେନ୍ସିଂରେ ଚାଲିବ ମାମଲାର ଶୁଣାଣି । ଏନେଇ ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚଳିତମାସରେ ବନ୍ଦ ରହିବ ଶନିବାର ଅଦାଲତ । କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏକ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଫୁଲ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତି ଅନୁସାରେ ଏଭଳି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ କୋର୍ଟ କାର୍ଯ୍ୟ ନେଇ ଅଗଷ୍ଟ ୨୧ ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ବଳବତର ରହିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଫଳରେ ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲାର ଶୁଣାଣି ଜାରି ରହିବ ।