କନକ ବ୍ୟୁରୋ : ଦୁଇ ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ଆଶ୍ୱସ୍ତ । ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡ ଜମାକାରୀଙ୍କୁ ୨ ମାସ ଭିତରେ ୮ ହଜାର ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଗୋଲଡେନ ଲ୍ୟାଣ୍ଡ ଓ ଜି ଏଲ୍ ପି ଡେଭଲପର୍ ଏହି ଦୁଇଟି ଚିଟଫଣ୍ଡ କମ୍ପାନୀ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୦୧୭ ଜୁଲାଇ ୨୮ରେ ରାୟ ଦେଇଥିଲେ ହାଇକୋର୍ଟ । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ କମ୍ପାନୀ ଟଙ୍କା ଜମା ରହିଛି ।

Advertisment

ରାଜ୍ୟ ସରକାର ଫାଇନାନ୍ସ ବିଭାଗ ଏହି ଟଙ୍କା ଫେରାଇବା ନେଇ ପ୍ରକ୍ରିୟା ଦୁଇମାସ ମଧ୍ୟରେ ଆରମ୍ଭ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି ରହିଛି । ତେଣୁ ଏହି ନିଷ୍ପତ୍ତି ବଳରେ ପ୍ରାୟ ୪ ଲକ୍ଷ ଜମାକାରୀ ଉପକୃତ ହେବେ । ତେବେ ୧୫ ହଜାରରୁ ଅଧିକ ଜମାକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଫେରସ୍ତ କରାଯାଉଥିଲା କିନ୍ତୁ ଆଇନଗତ ସମସ୍ୟା ପାଇଁ ଅଟକିଥିଲା । ଏବେ ପଥ ପରିସ୍କାର ହୋଇଥିବା ସୂଚନା ରହିଛି ।