କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଗିରଫଦାରୀରୁ ମିଳିଲା ସୁରକ୍ଷା : ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ

Advertisment
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଗିରଫଦାରୀରୁ ମିଳିଲା ସୁରକ୍ଷା : ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଗିରଫଦାରୀରୁ ମିଳିଲା ସୁରକ୍ଷା । ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ନେଇ ବାରିପଦା ଥାନାରେ ଅଭିଯୋଗ ହୋଇଥିଲା । ଗତ ଜାନୁୟାରି ୨୦ ତାରିଖରେ ମୟୂରଭଂଜ ଯୋଜନା ବୋର୍ଡ ଡାଇରେକ୍ଟର ଓ ଡେପୁଟି ଡାଇରେକ୍ଟରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ ମାରି ଲହୁ ଲୁହାଣ କରିଥିଲେ ।

ଏପରିକି ଜଣକ ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜାନୁୟାରି ୨୨ ତାରିଖରେ ବାରିପଦା ଟାଉନ ଥାନାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଆଇପିସି ଧାରା, ୩୨୩, ୩୨୫, ୨୯୪, ୫୦୬ ଧାରା ଲଗାଇ ପୁଲିସ ତଦନ୍ତ ଚଲାଇଛି । ଦୁଇ ଅଭିଯୋଗକାରୀଙ୍କ ବୟାନ ୧୬୪ ଧାରରେ ରେକର୍ଡ କରାଯାଇଛି । ଏହା ପରେ ପୋଲିସ ଗିରଫଦାରୀକୁ ଏଡାଇବା ପାଇଁ ମନ୍ତ୍ରୀ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe