କନକ ବ୍ୟୁରୋ: ଲକଡାଉନ ସମୟରେ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କୁ ସୀମାରେ ଅଟକାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ବାହାର ଫେରୁଥିବା ଲୋକମାନଙ୍କୁ ସୀମାନ୍ତରେ ଅଟକାଇବା ସହ ସେମାନଙ୍କୁ ରହିବା , ଖାଇବା ଓ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି ।
ସବୁଠାରୁ ବଡ଼ କଥା ହେଲା, ଏହି ନିର୍ଦ୍ଦେଶନାମାକୁ ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକ ମଧ୍ୟ ପାଳନ କରିବାକୁ କହିଛନ୍ତି ହାଇକୋର୍ଟ । ଏବଂ ଆବଶ୍ୟକ ସ୍ଥଳେ ବନ୍ଦ ଥିବା ସ୍କୁଲ, କଲେଜ ଗୁଡିକରେ ସେମାନଙ୍କ ରହିବା ବ୍ୟବସ୍ଥା କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ସେପଟେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ସମସ୍ତ ରାଜ୍ୟ ତଥା ଜିଲ୍ଲା ସୀମାକୁ ସିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଏକ ଭିଡିଓ କନଫରେନ୍ସିଂ ସମୟରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଲକ ଡାଉନ୍ ଜାରି ରହିଥିବାରୁ ସହର କିମ୍ବା ରାଜପଥରେ ଲୋକମାନଙ୍କର କୌଣସି ଗତିବିଧି ଯେମିତି ନଜରକୁ ନଆସେ ତାହାକୁ ନିଶ୍ଚିତ କରିବାକୁ କହିଛନ୍ତି ।
Follow Us