ଆଜି ବସୁଛି ହାଇକୋର୍ଟ ବାରର ସାଧାରଣ ପରିଷଦ ବୈଠକ । ଓକିଲଙ୍କ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ହୋଇପାରେ ନିଷ୍ପତି

ଆଜି ବସୁଛି ହାଇକୋର୍ଟ ବାରର ସାଧାରଣ ପରିଷଦ ବୈଠକ । ଓକିଲଙ୍କ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ହୋଇପାରେ ନିଷ୍ପତି

କନକ ବ୍ୟୁରୋ : ଆଜି ବସୁଛି ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ । ପ୍ରାୟ ଅଢ଼େଇ ମାସ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନର ଆଗାମୀ କାର୍ଯ୍ୟପନ୍ଥା ନେଇ ଏହି ବୈଠକରେ ନିଷ୍ପତି ହେବାର ସଂଭାବନା ରହିଛି । ପୂର୍ବରୁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ସକରାତ୍ମକ ଆଲୋଚନା ହୋଇଥିଲା । ଆଉ ଆନ୍ଦୋଳନ ବନ୍ଦ ପାଇଁ ଏକ ପ୍ରକାର ପ୍ରତିଶ୍ରୁତି ଦେଇଥିଲେ ଉଭୟ ପକ୍ଷ । ତେଣୁ ଆଜିର ଏହି ବୈଠକରେ ଏନେଇ ଏକ ଚୁଡାନ୍ତ ନିଷ୍ପତି ଆସିବାର ସଂଭାବନା ରହିଛି ।

publive-image

ଅନ୍ୟପଟେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାମଲାରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତା ୧୫ ତାରିଖକୁ ଘୁଞ୍ଚିଛି। ଗତକାଲି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ସୋମବାର ଦିନ ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଉପରେ ରୋକ ଲଗାଇଥିଲେ। ପୁଲିସ କର୍ମଚାରୀଙ୍କ ନିଲମ୍ବନ ଆଦେଶ ପୂର୍ବ ଭଳି ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମାମଲାର ଶୁଣାଣି ପାଇଁ ଆଜିକୁ ଧାର‌୍ୟ୍ୟ କରାଯାଇଥିଲା।

publive-image

କିନ୍ତୁ ଗତକାଲି ବି ମାମଲାର ଶୁଣାଣି ସଂପୂର୍ଣ୍ଣ ନହୋଇ ପରବର୍ତ୍ତୀ ତାରିଖ ଧାର‌୍ୟ୍ୟ କରାଯାଇଥିଲା। ସେହିପରି ଆଜି ହାଇକୋର୍ଟ ବାର୍ ଆସୋସିଏସନର ଗୁରୁତ୍ବପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଭବିଷ୍ୟତ କାର‌୍ୟ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ। ଏଥିସହିତ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ରୁଜୁ ମାମଲାର ଶୁଣାଣି ଆଜି କରାଯିବା ପାଇଁ ଧାର‌୍ୟ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe