ବିଜେପି ସରକାରକୁ ପୂରିଲାଣି ମାସେ । ହେଲେ ଆଜିଯାଏ କାହିଁକି ନିଯୁକ୍ତ ହୋଇନାହାନ୍ତି ଏଜି ? କୋର୍ଟଙ୍କ ଉଦବେଗ ପରେ, ବିରୋଧୀଙ୍କ ପ୍ରଶ୍ନ...

Advertisment
ବିଜେପି ସରକାରକୁ ପୂରିଲାଣି ମାସେ । ହେଲେ ଆଜିଯାଏ କାହିଁକି ନିଯୁକ୍ତ ହୋଇନାହାନ୍ତି ଏଜି ? କୋର୍ଟଙ୍କ ଉଦବେଗ ପରେ, ବିରୋଧୀଙ୍କ ପ୍ରଶ୍ନ...

କନକ ବ୍ୟୁରୋ: ନୂଆ ସରକାର କ୍ଷମତାକୁ ଆସିବାର ମାସେ ଅତିକ୍ରିମ କରିସାରିଲେଣି, ଆଜିଯାଏ ନିଯୁକ୍ତ ହୋଇ ନାହାନ୍ତି ଆଡଭୋକେଟ୍ ଜେନେରାଲ। ଏନେଇ ପୂର୍ବରୁ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ଏବେ ମୁଖ୍ୟ ବିରୋଧୀ ଦଳ ବିଜେଡି, ମୋହନ ସରକାରଙ୍କୁ ଘେରିଛି। ଏକ ସାମ୍ୱାଦିକ ସମ୍ମିଳନୀ କରି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-
- ସାମ୍ୱିଧାନିକ ସ୍ଥାଣୁତା ବିଜେପି ସରକାରଙ୍କୁ ଗ୍ରାସ କରିଛି
- ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି କରିବା କଥା
- ହାଇକୋର୍ଟଙ୍କ ଭର୍ସନା ପରେ ବି ସରକାର ଅଥର୍ବ
- ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ପକ୍ଷ ରଖୁନଥିବାରୁ ଓଡିଶାବାସୀଙ୍କ ସ୍ୱାର୍ଥ ହାନୀ ହେଉଛି

ସରକାର ଶପଥ ନେବା ପରେ ହିଁ ଏଜି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବା କଥା। କାରଣ ବିଭିନ୍ନ ମାମଲାର ଫୈସଲାରେ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ହିଁ ଯୁକ୍ତି ଉପସ୍ଥାପନ କରିଥାନ୍ତି । ଏଜି ନିଯୁକ୍ତିରେ ବିଳମ୍ୱ ଫଳରେ ଏହି କାମ ବାଧାପ୍ରାପ୍ତ ହେଉଛି । ପୂର୍ବରୁ ହାଇକୋର୍ଟ ମଧ୍ୟ ଏଜି ନିଯୁକ୍ତିରେ ବିଳମ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି ।

କିଛିଦିନ ତଳେ ହାଇକୋର୍ଟଙ୍କ ଅସନ୍ତୋଷ କଥା ଉଠାଇ ମୋହନ ସରକାରଙ୍କୁ ପୂର୍ବ ବିଜେଡି ସରକାର ସହ ତୁଳନା କରିଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ତେବେ ଏହି ଅଭିଯୋଗର ଜବାବ ଦଳର ମୁଖପାତ୍ର ଦେଇ କହିଛନ୍ତି ବିଜେଡି ସରକାର ମଧ୍ୟ ୬ ମାସ ପରେ ଏଜି ନୁଯୁକ୍ତି କରିଥିଲେ । ଏପରିକି ଏଜି ନିଯୁକ୍ତିରୁ ଓଡିଶାବାସୀଙ୍କୁ କି ଲାଭ ମିଳିଲା ବୋଲି ସେ ବିଜେଡିକୁ ପାଲଟା ପ୍ରଶ୍ନ କରିଛନ୍ତି । ବିଜେପି କହିଛି-
- ଏଜିଙ୍କୁ ଧରି ଖଣି ମାଲିକଙ୍କ ୫୦ ହଜାର କୋଟି ଫାଇନ୍ ଛାଡ କରିଥିଲା ବିଜେଡି
- ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତ ନହେବା ପାଇଁ ସୁପ୍ରିମକୋର୍ଟ ଯାଇଥିଲା
- କରୋନା ସମୟରେ ରଥଯାତ୍ରା ବନ୍ଦ ପାଇଁ ଏଜିଙ୍କୁ ସୁପ୍ରିମକୋର୍ଟରେ ଛିଡା କଲା

ଏଜି ନିଯୁକ୍ତି ପ୍ରସଙ୍ଗରେ ବିଜେଡିକୁ ଧୈର୍ୟ୍ୟ ଧରିବା ପାଇଁ କହିଛି ବିଜେପି । କିନ୍ତୁ ଆଡଭୋକେଟ୍ ଜେନେରାଲ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ବରିଷ୍ଠ ଆଇନଜୀବୀଙ୍କ ଲବି ଦଳକୁ ଅଡୁଆରେ ପକାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe