ହାଇକୋର୍ଟ ଶୁଣାଣିର ସିଧାପ୍ରସାରଣକୁ ନେଇ ଜାରି ରହିଛି ବାର ଆସୋସିଏସନର ପ୍ରତିବାଦ : ଆଗାମୀ ୯ ତାରିଖ ଯାଏଁ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ନିଷ୍ପତ୍ତି

75

କନକ ବ୍ୟୁରୋ : ହାଇକୋର୍ଟ ଶୁଣାଣିର ସିଧାପ୍ରସାରଣକୁ ନେଇ ଜାରି ରହିଛି ବାର ଆସୋସିଏସନର ପ୍ରତିବାଦ । ଗତ ୨ ତାରିଖ ଦିନ ୨ଟାରୁ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନଦେବା ପାଇଁ ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି କରାଯାଇଥିଲା । ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବା ପାଇଁ ଆଉନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି ।

ଗତକାଲି ବାର ଆସୋସିଏସନ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ଆସନ୍ତାକାଲି ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିବା  ପାଇଁ ଏକ କମିଟି ଗଠନ କରାଯାଇଛି । ଅନ୍ୟପକ୍ଷରେ ବାର ଆସୋସଏସନ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପାଳନ କରି ନଥିବା ୨୩ ଜଣ ସଦସ୍ୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।