ହାଇକୋର୍ଟରେ ‘ପରୀ’ ପ୍ରସଙ୍ଗ । ‘ପରୀ’ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସତ୍ୟପାଠ ଦାଖଲ ପାଇଁ ନୟାଗଡ ଏସପିଙ୍କୁ ବି ନିର୍ଦ୍ଦେଶ ।

373

କନକ ବ୍ୟୁରୋ: ହାଇକୋର୍ଟରେ ପରୀ ମୃତ୍ୟୁ ମାମଲାର ଶୁଣାଣି । ପରୀ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନୟାଗଡ ଏସପିଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ । ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ । ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ।

ତବେ ପରୀ ହତ୍ୟା ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ହୋଇଛି । ସିବିଆଇ ତଦନ୍ତ ସହ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ହୋଇଛି ମାମଲା । ଯାହାର ଶୁଣାଣି କରି ଆଜି ସୁରକ୍ଷା କଥା କହିଛନ୍ତି ମାନ୍ୟବର ହାଇକୋର୍ଟ ।