କନକ ବ୍ୟୁରୋ : ଭିଜିଲାନ୍ସ ଦଣ୍ଡାଦେଶ ମାମଲାରେ କଟକ ବାରବାଟୀ ବିଧାୟକଙ୍କୁ ବଡ଼ ଆଶ୍ୱସ୍ତି  । ହାଇକୋର୍ଟରୁ ମହମ୍ମଦ ମୋକିମଙ୍କୁ ଅନ୍ତରୀଣ ଜାମିନ ମିଳିଛି ।  ଭିଜିଲାନ୍ସ ମାମଲାରେ କଟକ ବାରବାଟୀ ବିଧାୟକ ମୋକିମଙ୍କ ଆବେଦନ ଗୃହିତ ହୋଇଛି । ଓଆରଏଚଡିସି ଦୁର୍ନୀତି ମାମଲାର ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଜେଲ ଦଣ୍ଡାଦେଶ ଓ ଜରିମାନାକୁ ମୋକିମ୍ ଚ୍ୟାଲେଞ୍ଜ କରିଥିଲେ  ।

Advertisment

ବର୍ତ୍ତମାନ ମୋକିମଙ୍କ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଜାମିନ ପ୍ରଦାନ କରାଯାଇଛି । ୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁରୀ କରାଯାଇଛି । ଏହା ସହ ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ ଜାରି ହୋଇଛି । ଅନ୍ୟପଟେ ଏହି ଦଣ୍ଡାଦେଶ ସମ୍ପର୍କରେ କୋର୍ଟଙ୍କୁ ଲିଖିତ ଭାବେ ଜଣାଇଛି ଭିଜିଲାନ୍ସ । ଆସନ୍ତା ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ମୋକିମଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି  ।