କନକ ବ୍ୟୁରୋ : କଟକ ବାରଙ୍ଗ ସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ଆୟୋଜିତ ହୋଇଛି ଓରିଏନଣ୍ଟେସନ୍ କାର୍ଯ୍ୟକ୍ରମ। ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାସ ବେନହୁର ଯୋଗ ଦେଇଥିବା ବେଳେ କେଏମବିବି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ପ୍ରଶାସନିକ ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା ଏବଂ ସମ୍ବାଦର ସମ୍ପାଦିକା ତନୟା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
କେଏମବିବି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ନୂଆ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ର ଜୀବନରେ ଶୃଙ୍ଖଳା ଉପରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେହିପରି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅଧିକ ମାର୍କକୁ ଗୁରୁତ୍ବ ନଦେଇ ଭଲ ପାଠପଢି ମଧ୍ୟ ଆଗକୁ ଯାଇପାରିବେ ବୋଲି କହିଥିଲେ ମୁଖ୍ୟ ଅତିଥି। ଏହି ଅବସରରେ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଏବଂ ୧୦ ହଜାର ଟଙ୍କା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୨୦୨୨-୨୪ ବର୍ଷରେ ଟପ୍ପର୍ ହୋଇଥିବା ଜଣେ ଛାତ୍ରଙ୍କୁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାବେ ପୁରସ୍କୃତ କରାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/Screen-Shot-2024-07-03-at-11.16.28-PM.png)