ପୋଖରୀ ନିଲାମକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: କାଠ ଫାଳିଆ ଓ ବିଅର ବୋତଲରେ ପିଟିଲେ ଲୋକ

257

କନକ ବ୍ୟୁରୋ: ପୋଖରୀ ନିଲାମକୁ କେନ୍ଦ୍ର କରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । ପିଟିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପୁରୀ ଜିଲ୍ଲା ଗୋପ ଥାନା ବଉଲାଙ୍ଗ ପଂଚାୟତରୁ ଆସିଛି ଏପରି ଚିତ୍ର । ଅଭିଯୋଗ ଅନୁସାରେ, ଗୋପ ବ୍ଲକ ବଉଲାଙ୍ଗ ପଂଚାୟତ ଭୀମାପଡ଼ା ଦାଣ୍ଡ ଗାଡ଼ିଆ ନିଲାମ ପାଇଁ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା । ନିଲାମ ପାଇଁ ଗ୍ରାମର ପ୍ରତାପ ରାଉତ ନାମକ ବ୍ୟକ୍ତି ଯାଇଥିଲେ । ହେଲେ ପଂଚାୟତ କାର୍ଯ୍ୟାଳୟରେ ପହଂଚିବା ପରେ ଗାଁର କିଛି ଲୋକେ ତାଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ତାଙ୍କୁ କାଠ ଫାଳିଆରେ ପିଟିଥିବା ବେଳେ ବିଅର ବୋତଲ ମଧ୍ୟ ଫିଙ୍ଗିଥିଲେ । ଫଳରେ ଲହୁ ଲୁହାଣ ହୋଇଥିଲେ ପ୍ରତାପ । ଗୁରୁତର ଅବସ୍ଥାରେ ତାଙ୍କୁ ଚାରିଛକ ଡାକ୍ତରଖାନାରେ କରାଯାଇଛି । ଆକ୍ରମଣକୁ ନେଇ ପ୍ରତାପ ନୟାହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି ।