କନକ ବ୍ୟୁରୋ : ରାଜଧାନୀରେ ଜମିବ ଜିରୋ ନାଇଟ ସେଲିବ୍ରେସନ । କାରଣ ଭୁବନେଶ୍ୱର ଆସୁଛନ୍ତି ପର୍ଣ୍ଣଷ୍ଟାରରୁ ବଲିଉଡ ଅଭିନେତ୍ରୀ ବନିଥିବା ସନ୍ନି ଲିଓନି । ଅନେକ ଲିଡ ଫିଲ୍ମରେ ସନ୍ନିଙ୍କ ଡ୍ୟାନ୍ସର ଜଲୱା ଦେଖିଛନ୍ତି ଦର୍ଶକ । ଆଉ ଏବେ ଲାଇଭ ପରଫର୍ମାନ୍ସ ଦେଖିବାର ସୁଯୋଗ ମିଳିବ ଜନତା ମଇଦାନରେ । ସନ୍ନିଙ୍କ ନାଁରେ ଟିକେଟ ବିକ୍ରି କରିବା ଆରମ୍ଭ କରିଛି ଏଫଜିଏଫ ଇଭେଂଟ କମ୍ପାନି ।

Advertisment

ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଦୁଇଦିନିଆ କାର୍ଯ୍ୟକ୍ରମର ଆୟୋଜନ କରିଛି ସଂସ୍ଥା । ରାସ୍ତାସାରା ଛାଇ ଦେଇଛି ବଲିଉଡ ବେବିଡଲଙ୍କ ପୋଷ୍ଟର । ଏଲିଭା ଟିକେଟ ପିଛା ୧ ହାଜରରୁ ଆରମ୍ଭ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି । ଛାତ୍ରଛାତ୍ରୀଙ୍କ ପାଇଁ ରିହାତି ଓ ଭିଆଇପି, ଭିଭିିଆଇପିଙ୍କ ପାଇଁ ଟିକେଟ ମୂଲ୍ୟ ରହିଛି ୬ହଜାରରୁ ୧୦ ହଜାର ଟଙ୍କା । ବ୍ଲୁ ଫିଲ୍ମର ନାୟିକାଙ୍କୁ ଷ୍ଟେଜରେ ଦେଖିବା ଲାଗି କ୍ରେଜ ବଢିବାରେ ଲାଗିଛି ।

img-20161231-wa0074ହେଲେ ଏହାରି ଭିତରେ ଚର୍ଚ୍ଚା ସୃଷ୍ଟି କରିଛି ସନ୍ନି ଲିଓନିଙ୍କ ଏକ ଟ୍ୱିଟର ପୋଷ୍ଟ । ନିଜ ଟ୍ୱିଟର ଆକାଉଂଟରେ ଭୁବନେଶ୍ୱରରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ସ୍ପଷ୍ଟ କରିଛନ୍ତି ସନ୍ନି । ଏପରିକି ନୂଆବର୍ଷରେ କୋଲକାତାର ଆକ୍ୱଟିକାରେ ଯୋଗ ଦେଉଥିବା ସୂଚନା ବି ଦେଇଛନ୍ତି । ସେପଟେ ସୁରକ୍ଷା ଦୃଷ୍ଟିରୁ ଏହି ଇଭେଂଟ ମ୍ୟାନେଜମେଂଟ କମ୍ପାନିକୁ ଜିରୋ ନାଇଟ ସେଲିବ୍ରେସନ ପାଇଁ କୌଣସି ଅନୁମତି ଦିଆଯାଇ ନଥିବା କମିଶନରେଟ ପୋଲିସ ସୂତ୍ରରୁ ଜଣାପଡିଛି ।
ପ୍ରଶ୍ନ ଉଠୁଛି
• ଅନୁମତି ମିଳିନଥିବାବେଳେ କିଭଳି ଇଭେଂଟର ଆୟୋଜନ କରୁଛି ସଂସ୍ଥା?
• ସନ୍ନିଙ୍କ ନାଁରେ ଟିକେଟ ବିକ୍ରି କରି ଲୋକଙ୍କୁ ଭୁଆଁ ବୁଲାଉ ନାହିଁ ତ?
• ସନ୍ନି ଲିଓନିଙ୍କୁ ଦେଖିବା ପାଇଁ ଆଶିଥିବା ଦର୍ଶକ ନିରାଶ ହେବେନାହିଁ ତ?

ଜଣେ ପର୍ଣ୍ଣଷ୍ଟାର ଭାବେ ପରିଚତ ସନ୍ନି ଲିଓନି ୨୦୦୫ରେ ବିଗବସ ଜରିଆରେ ଭାରତୀୟ ଟେଲିଭିଜନ ଦୁନିଆରେ ପ୍ରବେଶ କରିଥିଲେ । ଆଉ ୨୦୧୨ରେ ପୂଜା ଭଟ୍ଟଙ୍କ ଥ୍ରୀଲର ମୁଭି ଜିସ୍ମ-୨ ତାଙ୍କୁ ଆଣିଦେଲା ଏକ ନୂଆ ପରିଚୟ । ଏହାପରେ ବଲିଉଡରେ ଅନେକ ଲିଡ ମୁଭିରେ ନିଜ ଅଭିନୟ ଓ ଗ୍ଲାମରର ଝଲକ ଦେଖାଇଛନ୍ତି ସନ୍ନି । ତାଙ୍କ ଫ୍ୟାନଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । ଏହାର ଫାଇଦା ନେଇ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି ।