ବିଶ୍ୱରେ ଆଜି ବି ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସହର ଅପେକ୍ଷା ଗାଁର ଉନ୍ନତି କରିବା ପାଇଁ ଅଧିକ ଗୁରୁତ୍ୱ ଦିଅନ୍ତି । ଏହିଭଳି ବିଭିନ୍ନ ସଂସ୍ଥା ସହରରେ ଅଛି ଯାହାର ସଦସ୍ୟ ଗ୍ରାମର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଚାହିଁଥାନ୍ତି । ସମାଜ ସୁଧାରିବା ଲକ୍ଷ୍ୟରେ ଏହି କାର୍ଯ୍ୟକୁ କରିବା ପାଇଁ ପୂର୍ଣ୍ଣରୁପରେ ଟ୍ରେନିଙ୍ଗ୍ ଦିଆଯାଏ । ଯଦି ଆପଣ ଭାବୁୁଥିବେ ଏଥିରୁ ଆପଣଙ୍କୁ କେଉଁ ଲାଭ ମିଳିବ ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ସମାଜକୁ ଏକ ନୂଆ ଦିଗ ଦେଖାଇବା ଭଳି କାର୍ଯ୍ୟରେ ସାମିଲ ହେଲେ ଆପଣଙ୍କୁ ଏଥିପାଇଁ ଟ୍ରେନିଙ୍ଗ୍ ଦିଆଯିବା ସହ ମାସିକ ୨୮,୦୦୦ ଟଙ୍କା ମଧ୍ୟ ଦିଆଯିବ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଫେଲୋସିପ୍ ବିଷୟରେ କହିବାକୁ ଯାଉଛୁ ଯାହା ଗରିବ ତଥା ବେରୋଜଗାର ଲୋକଙ୍କ ପାଇଁ ସହାୟକ ହୋଇପାରିବ ।

Advertisment

publive-image

ଅଜିମ୍ ପ୍ରେମଜି ଫାଉଣ୍ଡେସନ୍ ଫେଲୋସିପ୍ : ଫାଉଣ୍ଡେସନ୍ ଫେଲୋସିପ୍ ଅନ୍ତର୍ଗତ ଆପଣଙ୍କୁ ଗ୍ରାମୀଣ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିବ । ଏଥିରେ ଆପଣଙ୍କୁ ଗାଁର ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ପଡିବ । ଯଦି ଏହି ସମୟରେ ଆପଣଙ୍କ କାମ ଫାଉଣ୍ଡେସନ୍ କୁ ପସନ୍ଦ ଆସିଲା ତେବେ ଆଗକୁ ମଧ୍ୟ ଏହି ସଂସ୍ଥା ସହ ଆପଣଙ୍କୁ କାମ କରିବାର ସୁଯୋଗ ମିଳିବ । ଏହି କାମ ପାଇଁ ଆପଣଙ୍କୁ ୨୮ ହଜାର ଟଙ୍କା ମାସିକ ମଧ୍ୟ ମିଳିବ ।

publive-image

ଟିଚ୍ ଫର୍ ଇଣ୍ଡିଆ ଫେଲୋସିପ୍ : ଟିଚ୍ ଫର୍ ଇଣ୍ଡିଆ ଫେଲୋସିପ୍ ରେ ଗରିବ ଏବଂ ପଛୁଆ ବର୍ଗର ପିଲାଙ୍କୁ ସମାନ ଅଧିକାର ଏବଂ ଶିକ୍ଷା ପାଇଁ ଏହି ସଂସ୍ଥା ଦେଇଥାଏ । ଏହି ସଂସ୍ଥା ଅନ୍ତର୍ଗତ ବାଙ୍ଗାଲୋର ,ହାଇଦ୍ରାବାଦ ,ଅହମ୍ମଦାବାଦ ,ମୁମ୍ବାଇ ,ଚେନ୍ନାଇ ଏବଂ ଦିଲ୍ଲୀ ଭଳି ପ୍ରସିଦ୍ଧ ସହରରେ ପଢାଯାଏ । ସଂସ୍ଥା ତରଫରୁ ଆପଣଙ୍କୁ ୧୭,୫୦୦ ଟଙ୍କା ସହ ୫୫୦୦ ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରେଣ୍ଟ୍ ଆଲାଉନ୍ସ୍ ମିଳିଥାଏ ।

publive-image

ଗାନ୍ଧି ଫେଲୋସିପ୍ : ଗାନ୍ଧି ଫେଲୋସିପ୍ ୨ ବର୍ଷ ପାଇଁ ହୋଇଥାଏ । ଏଥିରେ ଆପଣଙ୍କୁ ବିଦ୍ୟାଳୟର ନକ୍ସା ପରିବର୍ତ୍ତନ କରିବା ସହ ହେଡମାଷ୍ଟରଙ୍କ ସହ ମିଶି ସ୍କୁଲ ପିଲାଙ୍କୁ ପାଠ ମଧ୍ୟ ପଢାଇବାକୁ ପଡିବ । ଏଥିପାଇଁ ଆପଣଙ୍କୁ ମାସିକ ୧୪ ହଜାର ଟଙ୍କା ଦରମା ମିଳିବ ।

publive-image

ଏସବିଆଇ ୟୁଥ୍ ଫେଲୋସିପ୍ : ଏସବିଆଇ ୟୁଥ୍ ଫେଲୋସିପ୍ ରେ ଆପଣଙ୍କୁ ୧୩ ମାସର ସମୟ ମିଳିଥାଏ । ଏହି ଫେଲୋସିପ୍ ରେ ଗ୍ରାଜୁଏଟ୍ ବ୍ୟକ୍ତିଙ୍କୁ ଅଭିଜ୍ଞ ବ୍ୟକ୍ତିଙ୍କ ସଙ୍ଗେ ମିଶି କାମ କରିବାକୁ ପଡିଥାଏ ।