ଧର୍ମଗଡରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ ପାଲଟିଛି ଆକର୍ଷଣର କେନ୍ଦ୍ର । ୧୫ ପରିବାରକୁ ରୋଜଗାର ଦେଇ ଚର୍ଚ୍ଚାରେ ଯୁବଚାଷୀ କୃଷ୍ଣଚନ୍ଦ୍ର ।

Advertisment
ଧର୍ମଗଡରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ ପାଲଟିଛି ଆକର୍ଷଣର କେନ୍ଦ୍ର । ୧୫ ପରିବାରକୁ ରୋଜଗାର ଦେଇ ଚର୍ଚ୍ଚାରେ ଯୁବଚାଷୀ କୃଷ୍ଣଚନ୍ଦ୍ର ।

କନକ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହିତ ଅଞ୍ଚଳର ୧୫ରୁ ଉର୍ଦ୍ଧ ଲୋକଙ୍କୁ ନିଜ ଟମାଟୋ ବଗିଟାରେ କାମ ଯୋଗାଇ ଦେଇ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗଙ୍କ କଥା ।

୨୦୦୮ ମସିହାରେ ପ୍ରଥମେ ୨୦ ରୁ ୨୫ ଡିସମିଲ ଯାଗାରେ ଟମାଟୋ ଚାଷ ଆରମ୍ଭ କରିଥିଲେ କୃଷ୍ଣଚନ୍ଦ୍ର । ସେତେବେଳେ ସେ ୭୨ କୁଇଂଟାଲ ଟମାଟୋ ଅମଳ କରିଥିଲେ । କିନ୍ତୁ ନିଜ ଖାଲୁଆ ଜମିକୁ ସମତୁଳ କରି ଚଳିତ ବର୍ଷ ୪ ଏକର ଜମିରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କରିଛନ୍ତି କୃଷ୍ଣଚନ୍ଦ୍ର । ଆଉ ସେଥିରୁ ୧୬ ହଜାର କୁଇଂଟାଲ ଟମାଟୋ ଉତ୍ପାଦନ କରିବା ଲକ୍ଷ୍ୟ ରଖିଛନ୍ତି ସେ । କମ ସାରରେ ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କର ଟମାଟୋ କଳାହାଣ୍ଡି ତଥା ବଲାଙ୍ଗିର ଓ ନୂଆପଡା ପରିବା ବେପାରୀମାନେ ଆସି ନେଇଥାନ୍ତି ।

ଆଧୁନିକ ପ୍ରଣାଳିରେ ଚାଷ କରୁଥିବାରୁ ଉକ୍ତ ଯୁବ ଚାଷୀଙ୍କ ଚାଷ ପ୍ରଣାଳୀ ଦେଖିବାକୁ ସ୍ଥାନୀୟ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାର ଟିମ ମଧ୍ୟ ଚାଷ କାର୍ଯ୍ୟ ଦେଖିବାକୁ ଆସୁଛନ୍ତି । କମ ସାରରେ ଜୈବିକ ପଦ୍ଧତିରେ ଟମାଟୋ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ବଗିଚାରେ କାମ କରୁଥିବା ୧୫ ଗୋଟି ପରିବାରକୁ ସ୍ୱାବଲମ୍ବୀ କରିପାରିଥିବା ଉକ୍ତ ଯୁବ ଚାଷୀ ଆଜିର ଆଧୁନିକ ଯୁଗରେ ଯୁବବର୍ଗମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe