କନକ ବ୍ୟୁରୋ: ଆପଣଙ୍କ ଘର ଅଳିଆ ଯେ ଦିନେ ଆପଣଙ୍କ ପାଇଁ ସମ୍ବଳ ପାଲୋଟିବ, ତାହା ହୁଏ ତୋ ଆପଣ କେବେ ଭାବି ନ ଥିବେ । ଆଜ୍ଞା ହଁ, ଆପଣଙ୍କ ଘର ର ବର୍ଜ୍ୟ ବସ୍ତୁ ରୁ ଏବେ ବହୁ ମୁଲ୍ୟ ସମ୍ପଦ ସୃଷ୍ଟି କରିବା କାର୍ଜ୍ୟ ଆରମ୍ଭ ହୋଇଛି । ଆପଣ ଦୈନିକ ଫୋପାଡୁ ଥିବା ଓଦା ଓ ସୁଖିଲା ଅଳିଆ ରୁ ଜୈବିକ ସାର ପ୍ରସ୍ତୁତ କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା । ଆଉ ଆପଣଙ୍କ ପରିବେଶ କୁ ପରିଷ୍କରା ପରିଚ୍ଛନ୍ନ ରଖିବା ସହ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି ମିଶନ ଶକ୍ତି ର ମହିଳା ମାନେ ।
ଆମେ କହୁଛୁ ଆପଣଙ୍କ ଘର ଅଳିଆ ବା ବର୍ଜ୍ୟ ବସ୍ତୁର କଥା । ଦିନ ଥିଲା, ଏହା ଏଣେ ତେଣି ପଡି ରହି ପରିବେଶକୁ ଦୁଶିତ କରୁଥିଲା ଏବଂ ରୋଗ ବୌରାଗ ଡାକି ଆଣୁଥିଲା । ତେବେ ସେଇ ବର୍ଜ୍ୟ ବସ୍ତୁରୁ ଏବେ ତିଆରି ହୋଉଛି ଜୈବିକ ସାର । ଏ ହେଉଛି ମାଲକାନଗିରି ପୌରପରିଷଦ ଦ୍ୱାରା ପରିଚାଳିତ ସମ୍ପଦ କେନ୍ଦ୍ର ବା ବର୍ଜ୍ୟ ବସ୍ତୁ ପ୍ରକ୍ରୀୟାକରଣ କେନ୍ଦ୍ରର ଚିତ୍ର । ପ୍ରତି ଦିନ ସକାଳେ ମହିଳା ସ୍ୱଚ୍ଛ କର୍ମୀମାନେ ଘରକୁ ଘର ବୁଲି ଏପରି ବେଟେରି ଚାଳିତ ଗାଡିରେ ଓଦା ଓ ସୁଖିଲା ବର୍ଜ୍ୟ ବସ୍ତୁକୁ ଅଲଗା କରି ସଂଗ୍ରହ କରିଆଣିନ୍ତି ।
ଆଉ ଏଠାରେ ନିୟୋଜିତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଓଦା ଅଳିଆ ଯଥା ପନିପରିବା, ଘାସ ପତ୍ରକୁ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେନ୍ଟର ବା ଅଣୁ ଯୈବ ସାର ପ୍ରକ୍ରୀୟାକରଣ କେନ୍ଦ୍ରରେ ଡମ୍ପ କରନ୍ତି । ଓଦା ଅଳିଆକୁ ଭଲ ଭାବରେ ବଛା ଯାଇ ପ୍ରଥମେ ସେଗୁଡିକୁ ମେସିନ ସାହାଯ୍ୟରେ ଗୁଣ୍ଡ କରାଯାଏ । ଆଉ ସେହି ଗୁଣ୍ଡକୁ ଏପରି ୧୪ ଟି କୁଣ୍ଡରେ ୪୫ ଦିନ ଧରି ରଖା ଯାଇ ଦହି ଓ ଗୁଡ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ତରଳ ପଦାର୍ଥ ମିଶ୍ରଣ କରାଯାଏ । ଏହି ଗୁଣ୍ଡକୁ ୪୫ ଦିନ ଦିନ ଧରି କୁଣ୍ଡରେ ରଖା ଯାଇ ପୁଣି ତାକୁ ଭଲ ଭାବରେ ସୁଖେଇ ଶେଷରେ କ୍ରଶିଙ୍ଗ ମେଶିନରେ ପକା ଯାଇ ଯୈ÷ବିକ ସାର ବାହାର କରନ୍ତି ମହିଳା ମାନେ ।
ସେହିପରି ସୁଖିଲା ବର୍ଜ୍ୟ ବସ୍ତୁକୁ ମାଟେରିଆଲ ରିକୋଭରି ଫାସିଲିଟିରେ ରଖି ସେଗୁଡିକୁ ଅଲଗ ଅଲଗା କରି ଏହି ମେଶିନ ସାହାଯ୍ୟରେ କମ୍ପ୍ରେସ କରି କବାଡି ବାଲାଙ୍କୁ ବିକ୍ରୀ କରାଯାଏ । ଆଉ ଏହି ପ୍ରକଳ୍ପରେ ସିଧାସଳଖ ଭାବେ ମିଶନ ଶକ୍ତିର ୧୦ ଜଣ ମହିଳା ନିଯୁକ୍ତି ପାଇଥିବା ବେଳେ ପରୋକ୍ଷ ରେ ୪୦ ଜଣ ସ୍ୱଚ୍ଛ କର୍ମୀ ବେଟେରି ଚାଳିତ ଗାଡିରେ ନିୟୋଜିତ ହୋଇଛନ୍ତି ।
ଲକ ଡାଉନ ସମୟରେ ମାଲକାନଗିରି ପୌରପରିଷଦ ପକ୍ଷରୁ ମୁଣ୍ଡାଗୁଡା ଠାରେ ଦେଢ କୋଟି ଟଙ୍କା ବ୍ୟୟରେ ଏହି ବର୍ଜ୍ୟ ବସ୍ତୁ ପ୍ରକ୍ରୀୟାକରଣ କେନ୍ଦ୍ରର ଶୁଭାରମ୍ଭ କରା ଯାଇଥିଲା । ପ୍ରତି ଦିନ ଏଠାରେ ୩ ରୁ ୪ କ୍ୱିନ୍ଟାଲ ଜୈବିକ ସାର ପ୍ରସ୍ତୁତ ହେଉଥିବା ବେଳେ କିଲୋ ପିଛା ୨୦ ଟଙ୍କା ଦରରେ ଏହି ଖତକୁ କିଣି ନେଉଛନ୍ତି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଚାଷୀ ମାନେ । ଆଉ ଦୈନିକ ୬ ରୁ ୮ ହଜାର ଟଙ୍କା ରୋଜଗାର ହେଉଥିବା ବେଳେ ମାସକୁ ଆୟ ହୁଏ ଏକରୁ ଦେଢ ଲକ୍ଷ ଟଙ୍କା ।