ନିଆଳି କୂଳପିତାପଡା ଗାଁର ନିଆରା ଚାଷୀ । ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ବିନୟ ରାଉତ, ଅର୍ଗାନିକ ଫାର୍ମରେ କରୁଛନ୍ତି ଭଳିକିଭଳି ଫସଲ

112

କନକ ବ୍ୟୁରୋ : ଚାଷି ବିନୟ ରାଉତ । ଘର କଟକ ଜିଲ୍ଲା ନିଆଳି କୂଳପିତାପଡା ଗାଁରେ । ଗତ ତିନିବର୍ଷ ହେବ ୨ଏକର ପରିମିତ ଜମିରେ ଆରମ୍ଭ କରିଛନ୍ତି ଜୈବିକ ଚାଷ । ପାରମ୍ପରିକ ଧାନ ଚାଷ ସହ ବର୍ଷ ସାରା ବିଭିନ୍ନ ଅର୍ଥକାରୀ ପନିପରିବା ବି ଚାଷ କରୁଛନ୍ତି । ଏବେ ସେ ନିଜେ ସ୍ୱାବଲମ୍ବୀ ହୋଇ ପାରିଥô୍ବା ବେଳେ ଅନ୍ୟମାନଙ୍କ ପାଇଁ ମଧ୍ୟ ପାଲଟିଛନ୍ତି ପ୍ରେରଣା । ଗୋବରରୁ ପ୍ରସ୍ତୁତ ଜୈବିକ ଖତ ଓ ଗୋମୁତ୍ର ବ୍ୟବହାର କରି ଫସଲ କରୁଛନ୍ତି । ଧାନ ପରେ ଏବେ ତାଙ୍କ ଅର୍ଗାନିକ ଫାର୍ମରେ କୋବି ,ବାଇଗଣ ,ଟମାଟୋ ,ଲଙ୍କା ,,ସୋରିଷ ,ସୂର୍ଯ୍ୟମୁଖô୍ ଆଦି ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି ବିନୟ । ଖାଲି ସେତିôକି ନୁହେଁ କିପରି କମ ପାଣିରେ ଭଲ ଚାଷ ହୋଇ ପାରିବ ସେଥô୍ପାଇଁ ମଧ୍ୟ ସେ ବିକଳ୍ପ ବାହର କରିଛନ୍ତି । ନିଜକୁ ଜଣେ ସ୍ୱାବଲମ୍ବୀ ଚାଷୀ ଭାବେ ଗଢି ତୋଳିଛନ୍ତି । ସକାଳୁ ଆଉ ସନ୍ଧ୍ୟା ସମୟରେ ନିଜେ ଓ ତାଙ୍କ ପରିବାର ଏହି ଫାର୍ମରେ କାମ କରନ୍ତି ।

ଜଳବାୟୁ ପରିବର୍ତନ ବୁଷ୍ଟିପାତକୁ ଆଖô୍ ଆଗରେ ରଖô୍ କୁଷି ପଦ୍ଧତିରେ ଚାଲିଛି ପରିକ୍ଷା ନିରିକ୍ଷା । ରାସାୟନିକ ସାର ଓ କୀଟନାସକ ଠାରୁ କୁଷିକ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ସରକାର ଜୈବିକ କୃଷିକୁ ଗୁରୁତ୍ୱ ଦେଉଛନ୍ତି । ଚାଷୀର ଆୟକୁ ଦୁଇଗୁଣିତ କରିବା ସହ ଜୈବିକ କୂଷିର ପ୍ରଚାର ପ୍ରସାର କରୁଛନ୍ତି ସରକାର । ତେବେ ବିନୟ ମଧ୍ୟ ନିଜ ଚେଷ୍ଟାରେ ଅଣ ଜଳସେଚିତ ଅନୁର୍ବର ମାଟିରେ ଏହି ଜୈବିକ କୃଷି ଆପଣାଇଛନ୍ତି । ଆଉ ଏହା ମଧ୍ୟ ତାଙ୍କୁ ବିଶେଷ ସଫଳତା ଦେଇଛି ।

କୃଷିକ୍ଷେତ୍ରରେ ଜୈବିକ ପଦ୍ଧତି ଆପଣାଇ ବିନୟ ନିଜ ସଫଳ ହେବା ସହିତ ଅନ୍ୟ ପାଇଁ ପାଲଟିଛନ୍ତି ଉଦାହରଣ ।