କନକ ବ୍ୟୁରୋ : ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଟାଲରେ ଅଙ୍ଗଦାନ ଦିବସ ପାଳନ ହୋଇଯାଇଛି । ଅଙ୍ଗଦାନ ଏକ ମହତ କାର୍ଯ୍ୟ, ମାନବିକତାକୁ ଆଧୁନିକ ବିକାଶଶୀଳ ମାନବ ସମାଜ ଅନ୍ୟର ଜୀବନ ରକ୍ଷା କରିବା ପାଇଁ ଅଙ୍ଗଦାନ କରିବାରେ ଦ୍ୱିଧା ବୋଧ୍ କରୁନାହିଁ । ଜଣେ ଅଙ୍ଗଦାନ କରି ୮ ଟି ଜୀବନ ବଞ୍ଚାଇ ପାରିବ । ବିଶ୍ୱରେ ସ୍ପେନ, ଚାଇନା ଏବଂ ୟୁଏସଏ ଅଙ୍ଗଦକ୍ଷନ ଦିଗରେ ଆଗୁଆ ଅଛନ୍ତି । ଆମଦେଶରେ ପ୍ରାୟ ୧୭ ଲକ୍ଷ ଜନସାଧାରଣ ଅଙ୍ଗଦକ୍ଷନ କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି ।
ଏହାକୁ ଆଖି ଆଗରେ ରଖି ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶାଲିଟି ଅଙ୍ଗ ପ୍ରତିରୋପଣ କେନ୍ଦ୍ର ଉତ୍କଳ ହସ୍ପିଟାଲରେ ଏକ ଉତ୍ସାହ ବର୍ଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଟ୍ୱିନସିଟିର ଆରକ୍ଷୀ ବାହିନୀର ମୁଖ୍ୟ IPS ଶ୍ରୀ ସଞ୍ଜୀବ ପଣ୍ତା ସମ୍ମାନୀତ ଅତିଥି, ରାଜ୍ୟ ଅଙ୍ଗଦକ୍ଷନ ସଂସ୍ଥାର(SOTTO) ଡାଇରେକ୍ଟର ପ୍ରଫେସର ଡା. ଉମାକାନ୍ତ ଶତପଥୀ, ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡା. ପ୍ରଜ୍ଞାନ ରଞ୍ଜନ ଘଡ଼େଇ, ଡିନ ଏବଂ ଏକାଡେମିକ ନିର୍ଦ୍ଦେଶକ ଡା.ପ୍ରଫୁଲ୍ଲ କୁମାର ଦାସ, ଡାଇରେକ୍ଟର ମେଡିକାଲ ସର୍ଭିସେସ ଡା.ରଞ୍ଜନ କୁମାର ମହାପାତ୍ର, HBP & GI ସର୍ଜନ ତଥା ସର୍ଜିକାଲ ଗାଷ୍ଟ୍ରୋଏନଟେରୋଲୋଜି ଡା.ସତ୍ୟପ୍ରକାଶ ରାୟ ଚୌଧୁରୀ, ନେଫ୍ରୋଲୋଜିର ବରିଷ୍ଠ ପରାମର୍ଶଦାତା ଡା.ଲଲତ ବରୁଣ ପାତ୍ର, ଡା.ସ୍ମାରକ ରଞ୍ଜନ ପଣ୍ତା, ୟୁରୋଲୋଜିର ବରିଷ୍ଠ ପରାମର୍ଶଦାତା ଡା.କାଳୀ ପ୍ରସାଦ ମିଶ୍ର, ଡା.ପବିତ୍ର କୁମାର ମିଶ୍ର, ହାଇଦ୍ରାବାଦ V.P. AIG ହସ୍ପିଟାଲର ଶ୍ରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅଙ୍ଗଦକ୍ଷନ କରିଥିବା ସେମାନଙ୍କର ପରିବାର ସଦସ୍ୟ ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରେରଣା ଦାୟକ ଥିଲେ ସୁଦୂର ଆମେରିକାରେ କାର୍ଯ୍ୟରତ ତଥା ବିଶିଷ୍ଟ Invasive Cardiologist ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡା.ଆଦିତ୍ୟ ସାମଲ । ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଙ୍ଗଦକ୍ଷନ ଜନ ଜାଗୃତ ଅଭିଯାନ ଚାଲୁଅଛି ।