କୁକୁର ନାଁରେ ଗିନିଜ୍ ୱାଲ୍ଡ ରେକର୍ଡ । ଜାଣନ୍ତୁ କେଉଁ କାରଣରୁ ଲୁ ନାଁରେ ରହିଛି ରେକର୍ଡ ।

77

କନକ ବ୍ୟୁରୋ : କୁକୁର ନାଁରେ ଗିନିଜ ୱାର୍ଲ୍ଡ ରେକର୍ଡ । ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ସାମିଲ ହୋଇଛି କୁକୁର । ଆଉ ତାହା ବି କେବଳ ନିଜର କାନକୁ ନେଇ । ଆଜ୍ଞା ହଁ କିଛି ଏଭଳି ଘଟଣା ଘଟିଛି ଓରଗାନରେ । ସାଧାରଣ କୁକୁରର ଲମ୍ବ ଠାରୁ ଏହି କୁକୁରର ଲମ୍ବ ବହୁତ ଅଧିକ ରହିଥିବା ବେଳେ କାନ ୧୨.୩୮ ଇଞ୍ଚ ରହିଛି । ଆଉ ଏହି କାନକୁ ନେଇ ରେକର୍ଡ ବୁକରେ ସାମିଲ ହୋଇଛି କୁକୁର ।

ଗିନିଜ୍ ୱାଲ୍ଡ ରେକର୍ଡ ଅଧିକାରୀଙ୍କ କହିବା ଅନୁଯାୟୀ, ରେକର୍ଡ ବୁକରେ ସ୍ଥାନ ପାଇଥିବା କୁକୁରଟି ହେଉଛି ୩ ବର୍ଷର ଲୁ । ତେବେ ଜୀବିତ କୁକୁରଙ୍କ ମଧ୍ୟରେ ‘ଲୁ’ର କାନ ସବୁଠୁ ଅଧିକ ଲମ୍ବା ଥିବାରୁ  ତାହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ସାମିଲ କରାଯାଇଛି । ଲୁର କାନ ଲମ୍ବା ଥିଲା କିନ୍ତୁ ଏହାକୁ କେବେ ମାପିନଥିଲେ ତାଙ୍କର ମାଲିକାଣୀ । କିନ୍ତୁ କରୋନା କାଳରେ ଲୁ ର କାନ ମାପିବାକୁ ସ୍ଥିର କରିଥିଲେ ମାଲିକାଣୀ । ଅନ୍ୟ କୁକୁର ତୁଳନାରେ ଲୁର କାନ ବେଶ ଲମ୍ବା ଥିଲା । ତେବେ ଏହି କାନ ପାଇଁ ଲୁ କେବେ ଶାରିରୀକ ସମସ୍ୟାର ଶିକାର ହୋଇନାହିଁ । ବରଂ ଲମ୍ବା କାନ ପାଇଁ ଲୁ ଆଖପାଖର ଲୋକ ବେଶ ପସନ୍ଦ କରିଥାନ୍ତି । ଏପରିକି ଲୋକେ ତା କାନକୁ ଛୁଇଁବାକୁ ଚାହିଁଥାନ୍ତି । ଲୁ ଥରେ ଦେଖିଲେ ଯେ କେହି ବି ଭଲପାଇ ବସିବ । ଏହାଛଡା କୁକୁର ମାନଙ୍କୁ ନେଇ ହୋଇଥିବା ଶୋ’ ରେ ଭାଗ ନେଇଥାଏ ଲୁ । ଆଉ ଏହି ଶୋ’ରେ ନିଜର ସୁନ୍ଦର ଚେହେରା ପାଇଁ ଅନେକଥର ବିଜୟୀ ହୋଇଛି ଲୁ ।