ସାଧାରଣ ଭକ୍ତଙ୍କୁ ମିଳିବ ମହାପ୍ରସାଦ : ଅବଢା ପାଇ ପାରିବେ ବାହାର ଜିଲ୍ଲାର ଭକ୍ତ; ଡ଼ିସେମ୍ବର ଶେଷରେ ଖୋଲିପାରେ ଶ୍ରୀମନ୍ଦିର

ଅରୁଣସ୍ତମ୍ଭ ଯାଏଁ ଭକ୍ତଙ୍କ ପ୍ରବେଶ ଉପରେ ଅନୁମତି ଦେବାକୁ ପ୍ରସ୍ତାବ

174

କନକ ବ୍ୟୁରୋ : ସାଧାରଣ ଭକ୍ତଙ୍କୁ ମିଳିବ ମହାପ୍ରସାଦ । ଏଣିକି ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ଭକ୍ତ ପାଇପାରିବେ ମହାପ୍ରସାଦ । ବରାଦି ମହାପ୍ରସାଦ ପାଇଁ ମଧ୍ୟ ଭକ୍ତମାନେ ଅର୍ଡର ଦେଇପାରିବେ । ତାସହିତ କାର୍ତିକମାସରେ ମହାପ୍ରସାଦ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି । ସୁଆର ମହାସୁଆର ନିଯୋଗ ସହ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ଆଲୋଚନା କରିଥିଲେ । ଏଥିରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହିବଷ୍ୟାଳିମାନେ ଉତରଦ୍ୱାର ଓ ଦକ୍ଷିଣ ଦ୍ୱାର ପଟେ କିଣି ପାରିବେ ମହାପ୍ରସାଦ ।

ସେହିଭଳି ଡିସେମ୍ବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀମନ୍ଦିର । ଏ ନେଇ ସେବାୟତଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିଭଳି ପତିତପାବନଙ୍କୁ ନିକଟରୁ ଦର୍ଶନ ପାଇଁ ଅରୁଣ ସ୍ତମ୍ଭ ଯାଏଁ ଭକ୍ତଙ୍କୁ ଯିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଲୋକଙ୍କ ମତାମତକୁ ଭିତିକରି ଏହି ପ୍ରସ୍ତାବ ଦିଆଯାଇଛି ।