ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ । ଏକ କମିଟି ଉପରେ ନ୍ୟସ୍ତ ହେଲା ମନ୍ଦିର ପରିଚାଳନା ଦାୟିତ୍ୱ ।

207

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମିଳିଛି କ୍ୟାବିନେଟର ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ତେବେ ଏକ କମିଟି ଉପରେ ନ୍ୟସ୍ତ କରାଯାଇଛି ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱ । ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତିର ପରିଚାଳନା ଏହି କମିଟି ବୁଝିବ । ମନ୍ଦିର କାର୍ଯ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏକାମ୍ର କ୍ଷେତ୍ର ଯୋଜନାରେ ଚାଲିଥିବା ଲିଙ୍ଗରାଜ ମନ୍ଦିରର ବିକାଶମୂଳକ ଏବଂ ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହି ସମୟରେ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କ ସହ ମଧ୍ୟ କିଛି ସମୟ ଧରି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ।